ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ାର ସାହିତି୍ୟକ

ଚୈତନ୍ୟ ଦାସ

ଚୈତନ୍ୟ ଦାସ

ନୂଆପଡ଼ାର ଅଷ୍ଟାଦଶ ଶତାବ୍ଦୀର ସାହିତି୍ୟକ ଭାବେ ଚୈତନ୍ୟ ଦାସଙ୍କ ଖ୍ୟାତି ରହିଛି। ତାଙ୍କ ଦ୍ୱାରା ରଚିତ ଦେବଦର୍ଶନ ପୁରାଣ, ନିର୍ଗୁଣ ମାହାତ୍ମ୍ୟ ଏବଂ ବିଷ୍ଣୁଗର୍ଭ ପୁରାଣ ବେଶ୍‌ ଉଚ୍ଚକୋଟୀର। ସାଲେବାରାତ୍‌ ଗାଁର ଏକ ମାଳି ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ବାଡମୁଳା ଗାଁରେ ଆସି ବାସ କରୁଥିଲେ।

ବ୍ରଜରାଜ ସିଂ ଦେଓ

ବ୍ରଜରାଜ ସିଂ ଦେଓ

ଖରିଆର ରାଜା ବ୍ରଜରାଜ ସିଂ ଦେଓ ୧୮୭୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୮୯୫ ମସିହାରେ ଖରିଆରରେ ସେ ଏକ ଥିଏଟର ସ୍ଥାପନ କରିଥିଲେ। ସେ କୁସୁମ ସୁନ୍ଦରୀ, ବାଲ୍ୟ ବିଧବା, ବୃଦ୍ଧ ବିବାହ, ପ୍ରଦର୍ଶକ ଆଦି ନାଟକ ରଚନା କରିଥିଲେ। ୧୯୧୨ ମସିହାରେ ସେ ଇହଲୀଳା ସମ୍ବରଣ କରିଥିଲେ।

ଶିବନାରାୟଣ ଦେଓ

ଶିବନାରାୟଣ ଦେଓ

ରାଜା ଶିବନାରାୟଣ ସିଂ ଦେଓ ଜଣେ ଖ୍ୟାତିସମ୍ପନ୍ନ ସାହିତି୍ୟକ। ୧୯୫୨ରେ ତାଙ୍କର କବିତା ସଂକଳନ ଜାତି ଜାତି ଫୁଲ ପ୍ରକାଶ ପାଇଥିଲା। ୧୯୫୮ ସେପ୍ଟେମ୍ବର ୧୮ରେ ସେ ଦେହତ୍ୟାଗ କରିଥିଲେ।

ରୁଦ୍ରମାଧବ ଦେଓ

ରୁଦ୍ରମାଧବ ଦେଓ

ରୁଦ୍ରମାଧବ ଦେଓ ୧୯୦୨ ମସିହା ମେ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ବଙ୍ଗାଳୀ, ପାର୍ସୀ, ଇଂଲିଶ୍‌ ଭାଷାର ଅନେକ ପୁସ୍ତକ ଓଡ଼ିଆରେ ଅନୁବାଦ କରିଥିଲେ। ୧୯୬୦ ମସିହାରେ ତାଙ୍କର ପରଲୋକ ହୋଇଥିଲା।

ଗଦାଧର ମିଶ୍ର

ଗଦାଧର ମିଶ୍ର

ଗଦାଧର ମିଶ୍ର ୧୯୦୬ ମସିହା ନଭେମ୍ବର ୭ ତାରିଖରେ କୋମନାଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୩ଟି କାବ୍ୟ ପୁସ୍ତକ ରଚନା କରିଥିଲେ। ତାଙ୍କ ଦ୍ୱାରା ରଚିତ ଅର୍ଜୁନତ୍ତୋର, ସତୀ ଶ୍ରୀ, ପୁଷ୍ପକ ଓ ସୀତାରାମ, ସୌର ସୁଭଦ୍ରା, ମହାନଦୀ ଆଦି ବେଶ୍‌ ଲୋକପ୍ରିୟ। ୧୯୯୦ ମସିହା ଏପ୍ରିଲ୍‌ ୨୫ ତାରିଖରେ ସେ ପରଲୋକ ଗମନ କରିଥିଲେ।