ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ାର ସ୍ବାଧୀନତା ସଂଗ୍ରାମୀ

ଜଗଦୀଶ୍‌ ଯୋଶୀ

ଜଗଦୀଶ୍‌ ଯୋଶୀ

ଜଗଦୀଶ୍‌ ଯୋଶୀ ୧୯୦୯ରେ ଖରିଆରରେ ଜନ୍ମଗ୍ରହଣ କରିଥିଲେ। ଭାରତ ଛାଡ ଆନ୍ଦୋଳନରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଦେଶ ସ୍ବାଧୀନତା ପାଇଁ ସେ ଅନେକଥର କାରାବରଣ କରିଥିଲେ।

ଲାଲ ଶାହ ଓ ଚୈତ ଶାହ

ଲାଲ ଶାହ ଓ ଚୈତ ଶାହ

ଲାଲ୍‌ ଶାହ ଓ ଚୈତ ଶାହ ଦେଶ ସ୍ବାଧୀତାରେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ସେମାନେ ନୂଆପଡ଼ାର ତନଓ୍ବାତ୍‌ର ବାସିନ୍ଦା ଥିଲେ।

ଘାସିରାମ ମାଝି

ଘାସିରାମ ମାଝି

ଘାସିରାମ ମାଝି ୧୯୨୪ ଜୁଲାଇ ୧୭ରେ ଜନ୍ମଗ୍ରହଣ କରିଥିଲେ। ନୂଆପଡ଼ାର ବିକାଶ ପାଇଁ ସେ କାର୍ଯ୍ୟ କରିବା ସହିତ ଇଂରେଜ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ୧୯୫୧ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ ଏପ୍ରିଲ୍‌ ୨୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ।

ଦୁର୍ଯ୍ୟୋଧନ ମାଝି

ଦୁର୍ଯ୍ୟୋଧନ ମାଝି

ଦୁର୍ଯ୍ୟୋଧନ ମାଝି ନୂଆପଡ଼ା ଜିଲାର ଦୁର୍ଗମ ଅଞ୍ଚଳ ବୋଇରାଗାଓଁର ବାସିନ୍ଦା। ଦେଶ ମାତୃକାର ସେବାରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ଖରିଆର ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଅହମ୍ମଦ ଭାଇ

ଅହମ୍ମଦ ଭାଇ

ଅହମ୍ମଦ ଭାଇ ନୂଆପଡ଼ା ଜିଲାର ତରବୋଦ୍‌ର ବାସିନ୍ଦା। ଦେଶ ସ୍ବାଧୀନତାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା। ଜିଲାର ବିକାଶ ପାଇଁ ସେ ପ୍ରୟାସ କରିଥିଲେ।