ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ାର ରାଜା

ପଦ୍ମନ୍‌ ସିଂ ଦେଓ

ପଦ୍ମନ୍‌ ସିଂ ଦେଓ

ରାଜା ପଦ୍ମନ୍‌ ସିଂ ଦେଓ ନୂଆପଡ଼ା ଜିଲାରେ ୧୮୬୭ ମସିହା ପରେ ଶାସନ କରିଥିଲେ। ଖରିଆର୍‌ ଅଞ୍ଚଳର ବୁଦ୍ଧିଜୀବୀ ମାଝି ଏବଂ ପୂଜାରୀମାନେ ପଦ୍ମନ୍‌ଙ୍କୁ ଜୁନାଗଡ଼ରୁ ସପରିବାରେ ପାଛୋଟି ଆଣିଥିଲେ। ତାଙ୍କର ଗୋଟିଏ ପୁତ୍ର ବ୍ରଜରାଜ ସିଂ ଦେଓ ତଥା ଦୁଇ ଝିଅ ସୂର୍ଯ୍ୟ କୁମାରୀ ଦେବୀ ଏବଂ ନୀଳାଦ୍ରୀ ଦେବୀ ଥିଲେ। ପ୍ରଜାଙ୍କୁ ସେ ସନ୍ତାନ ପରି ପାଳନ କରୁଥିଲେ।

ବ୍ରଜରାଜ ସିଂ ଦେଓ

ବ୍ରଜରାଜ ସିଂ ଦେଓ

ବ୍ରଜରାଜ ସିଂ ଦେଓ ୧୮୫୧ ମସିହା ମାଘଶୁକ୍ଳ ପଞ୍ଚମୀରେ ଜନ୍ମଗ୍ରହଣ କରିଥିଲେ। ୧୮୮୯ରେ ସେ ରାଜା ଭାବେ ଅଭିଷିକ୍ତ ହୋଇଥିଲେ। ତାଙ୍କ ସମୟରେ ନୂଆପଡ଼ାର ଆର୍ଥିକ ଅଗ୍ରଗତି ହୋଇଥିଲା। ୧୮୯୦ ମସିହାରେ ତାଙ୍କ ଦ୍ୱାରା ଅନ୍ନପୂର୍ଣ୍ଣା ଶସ୍ୟାଗାର ନିର୍ମିତ ହୋଇଥିଲା।

ବୀର ବିକ୍ରମ ଦେଓ

ବୀର ବିକ୍ରମ ଦେଓ

ରାଜା ବୀର ବିକ୍ରମ ଦେଓ ୧୮୭୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଗଭୀର ନିଷ୍ଠା ଥିଲା। ୧୮୯୫ରେ ଖରିଆର୍‌ଠାରେ ଏକ ଡ୍ରାମା ମଞ୍ଚ ସ୍ଥାପିତ କରିଥିଲେ। ତାଙ୍କ ସ୍ତ୍ରୀ ଓଡ଼ିଆ ନାଟକ ନାରୀ ସ୍ବତନ୍ତ୍ରତା ରଚନା କରିଥିଲେ। ବୀର ବିକ୍ରମଙ୍କ ସମୟରେ ନୂଆପଡ଼ା ଅଞ୍ଚଳରେ ଓଡ଼ିଆ ସାହିତ୍ୟର ବିକାଶ ସମ୍ଭବ ହୋଇଥିଲା।

ଆର୍ତ୍ତତ୍ରାଣ ଦେଓ

ଆର୍ତ୍ତତ୍ରାଣ ଦେଓ

ରାଜା ଆର୍ତ୍ତତ୍ରାଣଦେଓ ୧୯୦୦ ମସିହା ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିତା ବୀର ବିକ୍ରମ ଦେଓଙ୍କ ଆକସ୍ମିକ ମୃତ୍ୟୁ ପରେ ସେ ୧୯୧୨ ଏପ୍ରିଲ୍‌ ୨ ତାରିଖଠାରୁ ୧୯୨୧ ମେ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟଭାର ସମ୍ଭାଳିଥିଲେ।

ଅନୁପ ସିଂ ଦେଓ

ଅନୁପ ସିଂ ଦେଓ

ରାଜା ଅନୁପ ସିଂ ଦେଓ ୧୯୨୦ ମସିହା ଜାନୁୟାରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୬ ରୁ ୧୯୫୨ମସିହା ପର୍ଯ୍ୟନ୍ତ ଖରିଆରରେ ରାଜ୍ୟ ଶାସନ କରିଥିଲେ। ଏହାପରେ ଓଡ଼ିଶାରେ ଜମିଦାରତି ଉଚ୍ଛେଦ ବିଲ୍‌ ପାସ୍‌ ହେବାରୁ ସେ ରାଜ୍ୟ ହରାଇଥିଲେ। ସେ ୧୯୫୧ରେ ଜାତୀୟ କଂଗ୍ରେସ ଦଳରେ ଯୋଗଦେଇ ୧୯୫୨ରେ ଖରିଆର୍‌ରୁ ନିର୍ବାଚିତ ହୋଇ ସହକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦିତ କରିଥିଲେ।