ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାର ବିଭିନ୍ନି ସମ୍ପ୍ରଦାୟ

ବୈରାଗୀ

ବୈରାଗୀ

ବୈରାଗୀ ସମ୍ପ୍ରଦାୟ ନୂଆପଡ଼ାର ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି। ସେମାନେ ବସ୍ତାର ଅଞ୍ଚଳରୁ ଆସି ଏଠାରେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରେ ମାହାତ, ଅତକାରୀ, ପେଙ୍ଗାରି, ରୁସିଆ, ତାହାଲୁ ଆଦି ବଂଶ ରହିଛନ୍ତି।

ବଙ୍ଗାଡି

ବଙ୍ଗାଡି

ନୂଆପଡ଼ାର ବଙ୍ଗାଡି ସମ୍ପ୍ରଦାୟ ମୁଖ୍ୟତଃ ମାଛଧରିବା କାର୍ଯ୍ୟ କରିଥାନ୍ତି। ଜୀବନଯାପନ ପାଇଁ ସେମାନେ ଚାଷକାମ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ମାଛ ଧରିବା ଓ ଶିକାର ଆଦି କରିଥାନ୍ତି। ସେମାନେ ପ୍ରାୟତଃ ଖରିଆର ଅଞ୍ଚଳରେ ବାସ କରିଥାନ୍ତି।

ଦୋସି

ଦୋସି

ନୂଆପଡ଼ାରେ ବାସ କରୁଥିବା ଦୋସି ସମ୍ପ୍ରଦାୟ ଗାଁ ଗହଳିରେ ମୁଖ୍ୟତଃ ଜ୍ୟୋତିଷ କାର୍ଯ୍ୟ ସମ୍ପାଦିତ କରିଥାନ୍ତି। ଜିଲାରେ ସେମାନଙ୍କ ସଂଖ୍ୟା ଖୁବ୍‌ କମ୍‌।

ସାମ୍ପୁଆ

ସାମ୍ପୁଆ

ସାମ୍ପୁଆ ସମ୍ପ୍ରଦାୟ ନୂଆପଡ଼ା ଜିଲାରେ ବସବାସ କରନ୍ତି। ସ୍ଥାୟୀ ଭାବେ ସେମାନେ କୌଣସି ସ୍ଥାନରେ ରୁହନ୍ତି ନାହିଁ। ସାପ ଧରିବା, ଜଙ୍ଗଲରୁ ଲାଖ, ମହୁ, ଝୁଣା, କାଠ, ବିଭିନ୍ନ ଔଷଧୀୟ ଗୁଳ୍ମ ଆଦି ସଂଗ୍ରହ କରି ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। ଅବସର ସମୟ ମିଳିଲେ ଗୋଷ୍ଠୀବଦ୍ଧ ଭାବେ ବିଭିନ୍ନ ମଉଜ ମଜଲିସ୍‌ରେ ମାତିଥାନ୍ତି।

କୋଷ୍ଟା

କୋଷ୍ଟା

କୋଷ୍ଟା ସମ୍ପ୍ରଦାୟ ପ୍ରାୟତଃ ନୂଆପଡ଼ା ଜିଲାର କୋମନା ବ୍ଲକ୍‌ରେ ବସବାସ କରିଥାନ୍ତି। ସେମାନେ ଟସର ଚାଷ କରିବା ସହିତ ଲୁଗା ବୁଣାବୁଣି କରି ପରିବାର ପୋଷଣ କରିଥାନ୍ତି। ଜିଲାରେ ସେମାନଙ୍କ ସଂଖ୍ୟା କମ୍‌ ରହିଛି।