ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ାର ଯାତ୍ରା

ବୁଏଲ୍‌ ଯାତ୍ରା

ବୁଏଲ୍‌ ଯାତ୍ରା

ଆଶ୍ୱିନ ମାସରେ ନୂଆପଡ଼ାରେ ବାସ କରୁଥିବା ଗୋଣ୍ଡ ଜନଜାତି ସମ୍ପ୍ରଦାୟ ବୁଏଲ୍‌ ଯାତ୍ରା ପାଳନ କରିଥାନ୍ତି। ମହାଷ୍ଟମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୋଇଥାଏ। ଏହି ଅବସରରେ ମା’ଙ୍କୁ ପୂଜା କରୁଥିବା ଝଙ୍କର ଉପବାସ କରି ପୂଜାର୍ଚ୍ଚନା କରିଥାନ୍ତି।

ଛତର ଯାତ୍ରା

ଛତର ଯାତ୍ରା

ଆଶ୍ୱିନ ମାସରେ ନୂଆପଡ଼ାରେ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ବିଭିନ୍ନ ଶକ୍ତିପୀଠରେ ସ୍ବତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଥାଏ। ମାନସିକଧାରୀମାନେ ମା’ଙ୍କ ଉଦ୍ଦେଶ୍ୟରେ ଜୀବଜନ୍ତୁ ଉତ୍ସର୍ଗ କରିଥାନ୍ତି।

ସୁନାଦେଈ ଯାତ୍ରା

ସୁନାଦେଈ ଯାତ୍ରା

ନୂଆପଡ଼ା ଜିଲାରେ ବାସ କରୁଥିବା ଭୁଞ୍ଜିଆ ସମ୍ପ୍ରଦାୟ ମଧ୍ୟରେ ସୁନାଦେଈ ଯାତ୍ରା ବେଶ୍‌ ଲୋକପ୍ରିୟ। ମା’ ସୁନାଦେଈଙ୍କୁ ସୁନାବେଡ଼ା ଅଞ୍ଚଳର ବାସିନ୍ଦା ପୂଜାର୍ଚ୍ଚନା କରିଥାନ୍ତି। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି।

ରଥଯାତ୍ରା

ରଥଯାତ୍ରା

ନୂଆପଡ଼ା ଜିଲାର ଖରିଆର ତଥା ଅନ୍ୟାନ୍ୟ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ସଭିଏଁ ଏଥିରେ ସାମିଲ୍‌ ହୋଇଥାନ୍ତି।

ମକର ଯାତ୍ରା

ମକର ଯାତ୍ରା

ମକର ସଂକ୍ରାନ୍ତିରେ ନୂଆପଡ଼ା ଜିଲାରେ ମକର ଯାତ୍ରା ପାଳିତ ହୋଇଥାଏ। ଖରିଆର, ଟୁକୁଲା, ପାତାଳଗଙ୍ଗା ଅଞ୍ଚଳରେ ଏହି ଅବସରରେ ମେଳା ଅନୁଷ୍ଠିତ ହୋଇଥାଏ। ଲୋକମାନେ ପରସ୍ପରକୁ ମିଠା ଖୁଆଇ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହାକୁ ପାଳନ କରିଥାନ୍ତି।