ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ାର ପର୍ବପର୍ବାଣି

ଶିବରାତ୍ରି

ଶିବରାତ୍ରି

ଫାଲଗୁନ୍‌ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ନୂଆପଡ଼ାର ବିଭିନ୍ନ ଶୈବପୀଠରେ ମହାଆଡ଼ମ୍ବରରେ ଶିବରାତ୍ରି ପାଳିତ ହୋଇଥାଏ। ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଦୀପ ଜଳାଇଥାନ୍ତି।

ରାମଲୀଳା

ରାମଲୀଳା

ଚୈତ୍ର ମାସ ଶୁକ୍ଳପକ୍ଷ ନବମୀରେ ନୂଆପଡ଼ାରେ ରାମଲୀଳା ଅନୁଷ୍ଠିତ ହୋଇଥାଏ। ରାମାୟଣର ବିଭିନ୍ନ କଥାବସ୍ତୁ ଉପରେ ରାମନବମୀ ଅବସରରେ ରାମଲୀଳା ଆୟୋଜନ କରାଯାଇଥାଏ। ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ।

ପୌଷ ପୂର୍ଣ୍ଣିମା

ପୌଷ ପୂର୍ଣ୍ଣିମା

ନୂଆପଡ଼ାରେ ପୌଷ ପୂର୍ଣ୍ଣିମା ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। ସ୍ଥାନୀୟ ଲୋକ ଏହାକୁ ପୁଷ୍‌ ପୁନେଇଁ କହିଥାନ୍ତି। ଜିଲାର ଜନଜାତି ସମ୍ପ୍ରଦାୟ ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ଏହି ପର୍ବ ପାଳନ କରିଥାନ୍ତି।

ଲକ୍ଷ୍ମୀପୂଜା

ଲକ୍ଷ୍ମୀପୂଜା

ମାର୍ଗଶିର ମାସ ଗୁରୁବାରରେ ନୂଆପଡ଼ା ଜିଲାରେ ଘରେ ଘରେ ମା’ ଧନଦାୟିନୀ ମହାଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଗୃହିଣୀମାନେ ଝୋଟି ଚିତା ଘରେ ପକାଇଥାନ୍ତି। ଅନେକଙ୍କ ଘରେ ମାଣ ବସିଥାଏ। ଏହି ଅବସରରେ ପିଠାପଣା ବଣ୍ଟା ହୋଇଥାଏ।

ନୂଆଁଖାଇ

ନୂଆଁଖାଇ

ନୂଆପଡ଼ା ଜିଲାରେ ନୂଆଁଖାଇ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଘରେ ଘରେ ପିଠାପଣା ତଥା ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଲୋକମାନେ ପରସ୍ପରକୁ ନୂଆଁଖାଇ ଜୁହାର ଅଭିନନ୍ଦନ ଜଣାଇଥାନ୍ତି।