ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ାର ଲୋକନୃତ୍ୟ

କରମା ନାଚ

କରମା ନାଚ

ନୂଆପଡ଼ା ଜିଲାରେ ଆଦିବାସୀ ସମ୍ପ୍ରଦାୟଙ୍କ କରମା ନାଚ ବେଶ୍‌ ଲୋକପ୍ରିୟ। ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀରେ କରମା ଦେବୀଙ୍କ ପାଖରେ ଆଦିବାସୀ ସମ୍ପ୍ରଦାୟ ମୁଣ୍ଡରେ କରମା ଡାଳ ଖୋସି ମହୁଲି ପିଇ ଏହି ନୃତ୍ୟ କରିଥାନ୍ତି। ଉଭୟ ପୁରୁଷ ଓ ମହିଳା ହାତକୁ ହାତ ଛନ୍ଦି ମାଦଳର ତାଳେ ତାଳେ ଆଗକୁ ପଛକୁ ଝୁଲି ଝୁଲି ଆନନ୍ଦରେ ନାଚିଥାନ୍ତି।

ଡାଲ୍‌ଖାଇ ନାଚ

ଡାଲ୍‌ଖାଇ ନାଚ

ନୂଆପଡ଼ା ଜିଲାରେ ଡାଲ୍‌ଖାଇ ନାଚ ବେଶ୍‌ ଲୋକପ୍ରିୟ। ଆଶ୍ୱିନ ମାସରେ ଭାଇଜିଉନ୍ତିଆ ପର୍ବ ସମୟରେ ଝିଅମାନେ ଭାଇଙ୍କ ଶୁଭମନାସୀ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ଅର୍ଦ୍ଧଗୋଲାକାର ଶୈଳୀରେ ହାତକୁ ହାତ ତଥା ଅଣ୍ଟାକୁ ଧରି ଅତି ସୁନ୍ଦର ଭାବେ ବାଜାର ତାଳେ ତାଳେ ଝୁଲି ଝୁଲି ନାଚିଥାନ୍ତି।

ପତରସୌରା ନାଚ

ପତରସୌରା ନାଚ

ନୂଆପଡ଼ାର ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପତରସୌରା ନାଚ ବେଶ୍‌ ଲୋକପ୍ରିୟ। ମହାଭାରତ ଓ ରାମାୟଣର ବିଭିନ୍ନ କଥାବସ୍ତୁ ଉପରେ ଏହି ନାଚର କଳାକାର ଅଭିନୟ କରି ଅନେକ ନୀତିବାଣୀ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରିଥାନ୍ତି।

ମାଦଳ ନାଚ

ମାଦଳ ନାଚ

ନୂଆପଡ଼ାର ଗୋଣ୍ଡ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ମାଦଳ ନାଚ ବେଶ୍‌ ଲୋକପ୍ରିୟ। ମାଦଳର ତାଳେ ତାଳେ ଉଭୟ ମହିଳା ଓ ପୁରୁଷ ହାତ ଧରାଧରି ହୋଇ ଗୋଲାକାର ଭାବେ ଆଗକୁ ପଛକୁ ଝୁଲୁ ଝୁଲି ନୃତ୍ୟ କରିଥାନ୍ତି।

ଧାଙ୍ଗଡ଼ା-ଧାଙ୍ଗଡ଼ୀ ନାଚ

ଧାଙ୍ଗଡ଼ା-ଧାଙ୍ଗଡ଼ୀ ନାଚ

ଧାଙ୍ଗଡ଼ା-ଧାଙ୍ଗଡ଼ୀ ନାଚ ନୂଆପଡ଼ା ଜିଲାର ଜନଜାତି ସମ୍ପ୍ରଦାୟ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଏହି ନାଚରେ ଯୁବକ-ଯୁବତୀମାନେ ମହୁରୀ, ନିଶାନ ଓ ଚାଙ୍ଗୁ ବାଦ୍ୟର ତାଳେ ତାଳେ ମହୁଲି ପାନ କରି ମନ ଆନନ୍ଦରେ ନାଚିଥାନ୍ତି।