ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାର ଜନଜାତି ସମ୍ପ୍ରଦାୟ

ଗୋଣ୍ଡ

ଗୋଣ୍ଡ

ଗୋଣ୍ଡ ଜନଜାତି ସମ୍ପ୍ରଦାୟ ନୂଆପଡ଼ାର ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି। ପୌଷ ଓ ଚୈତ୍ରମାସରେ ସେମାନେ ବିଭିନ୍ନ ମେଳା ମହୋତ୍ସବରେ ସମୟ କାଟିଥାନ୍ତି। ଚାଷକାମ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ବଜାରରେ ବିକ୍ରି କରି ସେମାନେ ପରିବାର ଭରଣପୋଷଣ କରିଥାନ୍ତି।

ବିନ୍‌ଝାଲ୍‌

ବିନ୍‌ଝାଲ୍‌

ନୂଆପଡ଼ାର ଜଙ୍ଗଲ ଅଞ୍ଚଳରେ ବିନ୍‌ଝାଲ୍‌ ଜନଜାତି ସମ୍ପ୍ରଦାୟ ରୁହନ୍ତି। ଜୀବନଯାପନ ପାଇଁ ସେମାନେ ଚାଷକାମ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ମାଛ ଧରିବା ଓ ଶିକାର ଆଦି କରିଥାନ୍ତି। ଏବେ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ସେମାନଙ୍କର ସନ୍ତାନମାନେ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରୁଛନ୍ତି। ଏହାଛଡା ସେମାନଙ୍କର ବିକାଶ ଧାରା ଜାରି ରହିଛି।

ସୌରା

ସୌରା

ସୌରା ଜନଜାତି ନୂଆପଡ଼ାର ପାହାଡ଼ିଆ ଅଞ୍ଚଳରେ ବସବାସ କରିଥାନ୍ତି। ଚାଷକାମ ସହିତ ଜଙ୍ଗଲରୁ କେନ୍ଦୁପତ୍ର, ଶାଳପତ୍ର ତଥା ଅନ୍ୟ ସାମଗ୍ରୀ ସଂଗ୍ରହ କରି ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି।

କନ୍ଧ

କନ୍ଧ

କନ୍ଧ ଜନଜାତି ସମ୍ପ୍ରଦାୟ ନୂଆପଡ଼ାର ଜଙ୍ଗଲ ଅଞ୍ଚଳରେ ବସବାସ କରନ୍ତି। ଚାଷକାମ, ଜଙ୍ଗଲରୁ ଲାଖ, ମହୁ, ଝୁଣା, କାଠ ଆଦି ସଂଗ୍ରହ କରି ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। ଅବସର ସମୟ ମିଳିଲେ ଗୋଷ୍ଠୀବଦ୍ଧ ଭାବେ ବିଭିନ୍ନ ମଉଜ ମଜଲିସ୍‌ରେ ମାତିଥାନ୍ତି।

ମୁଣ୍ଡା

ମୁଣ୍ଡା

ମୁଣ୍ଡା ଜନଜାତି ନୂଆପଡ଼ା ଜିଲାର ଜଙ୍ଗଲରେ ବସବାସ କରିଥାନ୍ତି। ଚାଷକାମ, ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ତଥା ନିକଟବର୍ତ୍ତୀ ଗାଁରେ ମୂଲଲାଗି ପରିବାର ପୋଷଣ କରିଥାନ୍ତି।