ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାର ପାହାଡ଼

ସୁପକାନ୍‌ ଡଙ୍ଗର

ସୁପକାନ୍‌ ଡଙ୍ଗର

ନୂଆପଡ଼ା ଜିଲାରେ ଥିବା ସୁପକାନ୍‌ ଡଙ୍ଗର ପାହାଡ଼ କୋମନା ବ୍ଲକ୍‌ରେ ରହିଛି। ଏହାର ଉଚ୍ଚତା ୮୮୨ ମିଟର। ଏଠାରେ ଥିବା ଜଙ୍ଗଲ ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଜୀବନ ଜୀବିକା ପାଲଟିଥାଏ। ସେମାନେ ଜଙ୍ଗଲରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥାନ୍ତି।

ଗୋଚ୍‌କି ଡଙ୍ଗର

ଗୋଚ୍‌କି ଡଙ୍ଗର

ଗୋଚ୍‌କି ପାହାଡ଼ ନୂଆପଡ଼ା ଜିଲା ନୂଆପଡ଼ା ବ୍ଲକ୍‌ରେ ରହିଛି। ଏହାର ଉଚ୍ଚତା ୫୫୫ ମିଟର। ଏହି ପାହାଡ଼ ଅନେକ ଖଣିଜ ସମ୍ପଦ ତଥା ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ।

ଗୋଡ଼ମା

ଗୋଡ଼ମା

ଗୋଡ଼ମା ପାହାଡ଼ ନୂଆପଡ଼ା ଜିଲା କୋମନା ବ୍ଲକ୍‌ରେ ରହିଛି। ଏହାର ଉଚ୍ଚତା ୭୮୪ ମିଟର। ଏହା ବିଭିନ୍ନ ଖଣିଜ ସମ୍ପଦରେ ଭରପୂର।

ଭୁନ୍ଧିନୀ ଡଙ୍ଗର

ଭୁନ୍ଧିନୀ ଡଙ୍ଗର

ନୂଆପଡ଼ା ଜିଲା ଖରିଆର୍‌ ବ୍ଲକ୍‌ରେ ରହିଛି ଭୁନ୍ଧିନୀ ଡଙ୍ଗର ପାହାଡ଼। ଏହାର ଉଚ୍ଚତା ୭୩୪ ମିଟର। ଏହି ଜଙ୍ଗଲରେ ଅନେକ ପ୍ରଜାତିର ଔଷଧୀୟ ଗୁଳ୍ମ ଓ ବୃକ୍ଷ ରହିଛି।

ଚାଲନେ ଡଙ୍ଗର

ଚାଲନେ ଡଙ୍ଗର

ଚାଲନେ ଡଙ୍ଗର ପାହାଡ଼ ନୂଆପଡ଼ା ଜିଲା ଖରିଆର୍‌ ବ୍ଲକ୍‌ରେ ରହିଛି। ଏହାର ଉଚ୍ଚତା ୬୩୪ ମିଟର। ଏହି ପାହାଡ଼ ଅନେକ ଖଣିଜ ସମ୍ପଦ ତଥା ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ।


Model This Week

କ୍ରିଷ୍ଣା
Why Dharitri