ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାରେ ପ୍ରବାହିତ ନଦୀ

ଉଦନ୍ତି

ଉଦନ୍ତି

ଉଦନ୍ତି ନଦୀ ନୂଆପଡ଼ା ଜିଲାରେ ପ୍ରବାହିତ। ବର୍ଷା ଦିନେ ନଦୀରେ ବନ୍ୟାଜଳ ଆସିବା ଯୋଗୁ ଅନେକ ଅଞ୍ଚଳରେ ପାଣି ମାଡି ଯାଇଥାଏ। ବର୍ଷସାରା ଏହି ନଦୀରେ କମ୍‌ ପାଣି ପ୍ରବାହିତ ହୋଇଥାଏ। କେବଳ ବର୍ଷାଦିନେ ନଦୀରେ ଡଙ୍ଗା ଚାଲିଥାଏ।

ଜୋଙ୍କ୍‌

ଜୋଙ୍କ୍‌

ନୂଆପଡ଼ା ଜିଲା ସୁନାବେଡା ମାଳଭୂମିର ବଡ଼ ଡୋଙ୍ଗରଠାରୁ ବାହାରିଛି। ଏହା ଧର୍ମାବନ୍ଧ ସମତଳ ଅଞ୍ଚଳରେ ପ୍ରବାହିତ ହେବା ସହିତ ଲୋଦ୍ରା ଏବଂ ପାଟେରା ଗାଁ ଦେଇ ଆଗକୁ ବଢ଼ିଛି। ଏହି ନଦୀରେ କୁମ୍ଭୀର ବାସ କରିଥାନ୍ତି।

ଇନ୍ଦ୍ରା

ଇନ୍ଦ୍ରା

ନୂଆପଡ଼ା ଜିଲାରେ ଇନ୍ଦ୍ରା ନଦୀ ପ୍ରବାହିତ ହୋଇଛି। ଏହି ନଦୀ ସହାୟତାରେ ଜିଲାର ବିସ୍ତୃତ ଅଞ୍ଚଳରେ କେନାଲ ମାଧ୍ୟମରେ ଜଳସେଚନ କରାଯାଇଥାଏ। ଏହାର କୂଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି।

ସୁନ୍ଦର

ସୁନ୍ଦର

ନୂଆପଡ଼ା ଜିଲା ସୁନାବେଡା ମାଳଭୂମିର ପୂର୍ବାଞ୍ଚଳରୁ ସୁନ୍ଦର ନଦୀ ବାହାରିଛି। ଏହା ସିନାପାଲି ବ୍ଲକ୍‌ର ଚିତାରାମା ଗାଁ ଦେଇ ପ୍ରବାହିତ ହୋଇଛି। ଶେଷରେ ଏହା ତେଲ ନଦୀ ସହିତ ମିଶିଛି।

ମାସନକୁଣ୍ଡା

ମାସନକୁଣ୍ଡା

ନୂଆପଡ଼ା ଜିଲାରେ ମାସନକୁଣ୍ଡା ନଦୀ ପ୍ରବାହିତ। ଏହା ଧର୍ମାବନ୍ଧ ଗାଁ ନିକଟରେ ଜୋଙ୍କ ନଦୀ ସହିତ ମିଶିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଅନେକ ଚାଷ ଜମିରେ କେନାଲ ମାଧ୍ୟମରେ ଜଳସେଚନ କରାଯାଇଥାଏ।