ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାର ଝରଣା

ପାତାଳଗଙ୍ଗା

ପାତାଳଗଙ୍ଗା

ନୂଆପଡ଼ା ଜିଲାର ବୋଡେନ୍‌ ତହସିଲ୍‌ରେ ରହିଛି ପାତାଳଗଙ୍ଗା ଝରଣା। ଏହି ଝରଣା କୂଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ସମୁଦ୍ର ପତ୍ତନଠାରୁ ୩୩୭ ମିଟର ଉଚ୍ଚରେ ଏହି ଝରଣା ପ୍ରବାହିତ ହେଉଛି। ସୂର୍ଯ୍ୟୋପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ବୁଡ଼ ପକାଇବା ପାଇଁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ।

ଉପକାଗଙ୍ଗା

ଉପକାଗଙ୍ଗା

ନୂଆପଡ଼ା ଜିଲାର ଉପକାଗଙ୍ଗା ଝରଣାକୁ ଦେଖିବା ପାଇଁ ବର୍ଷସାରା ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ। ବର୍ଷାଦିନେ ଏଥିରେ ବନ୍ୟାଜଳ ପ୍ରବାହିତ ହୋଇଥାଏ। ଏହାର ପାଣିରେ ଔଷଧୀୟ ଗୁଣ ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଥାନ୍ତି।

ଗିରିଝର

ଗିରିଝର

ଗିରିଝର ଝରଣା ନୂଆପଡ଼ା ଜିଲାରେ ପ୍ରବାହିତ। ପର୍ଯ୍ୟଟନ ଋତୁରେ ଏଠାରେ ଗହଳି ହୋଇଥାଏ। ଏହାର କୂଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ସ୍ଥାନୀୟ ବାସିନ୍ଦା ଏହାର କୂଳରେ ଶ୍ରାଦ୍ଧକର୍ମ କରିଥାନ୍ତି।

ଖୋଇଝରିଆ

ଖୋଇଝରିଆ

ନୂଆପଡ଼ା ଜିଲାର ଖୋଇଝରିଆ ଝରଣା ପ୍ରବାହିତ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ। ଏହା କୂଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି।

ସିଲ୍‌ଦି

ସିଲ୍‌ଦି

ନୂଆପଡ଼ା ଜିଲାରେ ସିଲ୍‌ଦି ଝରଣା ପ୍ରବାହିତ। ଏହା ନିକଟରେ ପ୍ରାଚୀନ ଶୈବପୀଠ ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ଶ୍ରାବଣ ମାସରେ ଏଠାରେ ଜଳଲାଗି ପାଇଁ କାଉଡିଆଙ୍କ ଭିଡ ହୋଇଥାଏ।