ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ବ୍ରତ

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

ଜ୍ୟେଷ୍ଠ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେ ଏହା ପାଳିତ ହୋଇଥାଏ। ସଧବା ନାରୀ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଏହି ଅବସରରେ ଠାକୁରଙ୍କ ପାଖରେ ମୁଗ ଗଜା, ପଣସ, ତାଳ, ଖଜୁରି, ଆମ୍ବ ଆଦି ଭୋଗ ଲାଗି ହୋଇଥାଏ।

ଶାମ୍ବ ଦଶମୀ ବ୍ରତ

ଶାମ୍ବ ଦଶମୀ ବ୍ରତ

ପୌଷ ମାସ ଶୁକ୍ଳ ପକ୍ଷ ଦଶମୀରେ ଶାମ୍ବ ଦଶମୀ ବ୍ରତ ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ଏହି ବ୍ରତ ଶ୍ରଦ୍ଧାଳୁମାନେ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଏହି ଅବସରରେ ନୀରୋଗ ପାଇଁ ସୂର୍ଯ୍ୟ ମହାଗ୍ରହଙ୍କ ଉପାସନା କରାଯାଇଥାଏ। ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟଦେବଙ୍କୁ ଉପାସନା କରି ରୋଗରୁ ମୁକ୍ତି ପାଇଥିଲେ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି।

ଅନନ୍ତ ବ୍ରତ

ଅନନ୍ତ ବ୍ରତ

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଅନନ୍ତ ବ୍ରତ ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ଶ୍ରଦ୍ଧାଳୁ ଅତି ନିଷ୍ଠାରେ ଏହି ବ୍ରତ ପାଳନ କରିଥାନ୍ତି। ଏହି ଅବସରରେ ସୂତାରେ ତିଆରି ବ୍ରତ ଧାରଣ କରାଯାଇଥାଏ। ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀବିଷ୍ଣୁଙ୍କୁ ଉପାସନା କରିବା ସହିତ ଶାଳଗ୍ରାମଙ୍କୁ ମଧ୍ୟ ପୂଜା କରାଯାଇଥାଏ।

ସୁଦଶା ବ୍ରତ

ସୁଦଶା ବ୍ରତ

ଶୁକ୍ଳପକ୍ଷ ଦଶମୀ ଗୁରୁବାର ପଡିଲେ ସେଦିନ ସୁଦଶା ବ୍ରତ ପାଳନ କରାଯାଇଥାଏ। ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଜଗତ୍‌ସିଂହପୁର ଜିଲାରେ ଶ୍ରଦ୍ଧାଳୁ ଏହି ବ୍ରତ ପାଳନ କରିଥାନ୍ତି। ଏହି ଅବସରରେ ୧୦ ପ୍ରକାର ସ୍ବାଦିଷ୍ଟ ପିଠା ପ୍ରସ୍ତୁତ କରାଯାଇ ମହାଲକ୍ଷ୍ମୀଙ୍କ ପାଖରେ ପୂଜା କରାଯାଇଥାଏ।

ବଜ୍ର ମହାକାଳୀ ବ୍ରତ

ବଜ୍ର ମହାକାଳୀ ବ୍ରତ

ବଜ୍ର ମହାକାଳୀ ବ୍ରତ ବା ଫୁଲେରୀ ଓଷା ମା’ମାନେ ସନ୍ତାନଙ୍କ ମଙ୍ଗଳ ପାଇଁ ପାଳନ କରିଥାନ୍ତି। ଏହି ଅବସରରେ ରାତିରେ ରାସ୍ତାରେ ବା ଚାରିଛକରେ ମା’ମାନେ ପୂଜାର୍ଚ୍ଚନା କରିଥାନ୍ତି।