ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାର ଖଣିଜ ସମ୍ପଦ

ଚୂନପଥର

ଚୂନପଥର

ନୂଆପଡ଼ା ଜିଲାର ଚାନ୍ଦପୋଲା, ଖରିଆର୍‌, ସୁଙ୍ଗୁଡୁଙ୍ଗୁରି, ଦେଡ଼ବାହାଲ, ରେହେନପାଦର ଆଦି ସ୍ଥାନରେ ଚୂନପଥର ମିଳିଥାଏ। ଜିଲାରୁ ୧୧.୨୪୫ ନିୟୁତ ଟନ୍‌ ସିମେଣ୍ଟ ଉପଯୋଗୀ ଚୂନପଥର ମିଳିଥାଏ।

ଗ୍ରାଫାଇଟ୍‌

ଗ୍ରାଫାଇଟ୍‌

ନୂଆପଡ଼ା ଜିଲାର ବିଶ୍ୱନାଥପୁର, ସିଙ୍ଗାରି, ବିଜୟଗଡ଼, କୋମନା, ବୁଢ଼ୀକୋମନା, କାଳିମାଟି, ସୁକୁଲିମୁଣ୍ଡି ଆଦି ସ୍ଥାନରୁ ଗ୍ରାଫାଇଟ୍‌ ମିଳିଥାଏ। ବାର୍ଷିକ ହାରାହାରି ୦.୫୧ ନିୟୁତ ଟନ ଗ୍ରାଫାଇଟ୍‌ ଏଠାରୁ ଉତ୍ତୋଳିତ ହୋଇଥାଏ।

ମାଙ୍ଗାନିଜ୍‌

ମାଙ୍ଗାନିଜ୍‌

ନୂଆପଡ଼ା ଜିଲାର ଟିକରପଡ଼ା, ଲୋଦ୍ରା, ଲୁହାରପାଲି, ଗଣ୍ଡାମାର, ସିଙ୍ଗୁରି, ତାଳକୋଟା, ଘାଟମାଳ ଆଦି ସ୍ଥାନରେ ମାଙ୍ଗାନିଜ୍‌ ଖଣି ରହିଛି।

ସାଫେୟାର

ସାଫେୟାର

ନୂଆପଡ଼ା ଜିଲାର ବାଦିମୁରା, କାର୍ଲାକୋଟ, କଟାମାଳ, ସାର୍ଗିମୁରା ଆଦି ଅଞ୍ଚଳରୁ ସାଫେୟାର ରତ୍ନପଥର ମିଳିଥାଏ। ଏଠାରୁ ମିଳୁଥିବା ସାଫେୟାର ଓଜନ ଏକ କ୍ୟାରେଟ୍‌ ମଧ୍ୟରେ ରହିଥାଏ।

ହୀରା

ହୀରା

ନୂଆପଡ଼ା ଜିଲା ଧର୍ମବନ୍ଧ, କାଲମିଦାଦାର ଆଦି ଅଞ୍ଚଳରେ ହୀରା ଉତ୍ତୋଳିତ ହୋଇଥାଏ। ଏଠାରୁ ମିଳୁଥିବା ହୀରାର ଗୁଣବତ୍ତା ସେତେଭଲ ନ ହେଲେ ମଧ୍ୟ ଏହାକୁ କିଣିବା ପାଇଁ ଅଳଙ୍କାର ବ୍ୟବସାୟୀଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥାଏ।