ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ଓଷା

ବଡ଼ଓଷା

ବଡ଼ଓଷା

କାର୍ତ୍ତିକ ମାସ ପୂର୍ଣ୍ଣିମାରେ ବଡ଼ଓଷା ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେ ଏହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଗଜପିଠା ପ୍ରସ୍ତୁତ କରାଯାଇ ପ୍ରଭୁ ମହାଦେବଙ୍କ ପାଖରେ ଲାଗି ହୋଇଥାଏ। ଅନେକ ଶ୍ରଦ୍ଧାଳୁ ନିର୍ଜଳ ଉପବାସ କରିଥାନ୍ତି।

ଜହ୍ନିଓଷା

ଜହ୍ନିଓଷା

ଆଶ୍ୱିନ ମାସରେ ଅବିବାହିତା ଝିଅମାନେ ଜହ୍ନିଓଷା ବ୍ରତ ପାଳନ କରିଥାନ୍ତି। ଏହା ପୂର୍ଣ୍ଣିମାରେ ଶେଷ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ଏହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଝିଅମାନେ ତୁଳସୀ ଚଉଁରା ନିକଟରେ ସକାଳ ଏବଂ ସନ୍ଧ୍ୟା ସମୟରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ପୁଚି ଖେଳ ହୋଇଥାଏ। ଝିଅମାନେ ଖୁସିରେ ଫୁଲ ବଉଳ ବେଣୀ ଗୀତ ବୋଲିଥାନ୍ତି।

ଖୁଦୁରୁକୁଣୀ ଓଷା

ଖୁଦୁରୁକୁଣୀ ଓଷା

ଶ୍ରାବଣ ମାସ ରବିବାରରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଥାଏ। ଝିଅମାନେ ଭାଇମାନଙ୍କ ମଙ୍ଗଳ ମନାସି ଏହି ଓଷା କରିଥାନ୍ତି। ଏହି ଅବସରରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଇଥାଏ। ଜଗତ୍‌ସିଂହପୁର ଜିଲାରେ ଏହା ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ।

ବାଟଓଷା

ବାଟଓଷା

ପୌଷ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ବାଟଓଷା ପାଳିତ ହୋଇଥାଏ। ଏହି ଅବସରରେ ମା’ମାନେ ସନ୍ତାନଙ୍କ ମଙ୍ଗଳ ପାଇଁ ଯମଦେବଙ୍କ ପୂଜା କରିଥାନ୍ତି। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେଏହି ଓଷା ଶ୍ରଦ୍ଧାର ସହିତ ପାଳିତ ହୋଇଥାଏ।

ମଙ୍ଗଳା ଓଷା

ମଙ୍ଗଳା ଓଷା

ଚୈତ୍ର ମାସ ମଙ୍ଗଳବାରରେ ମଙ୍ଗଳା ଓଷା ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ଶ୍ରଦ୍ଧାଳୁ ଏହାକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏହି ଅବସରରେ ମା’ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।