ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ପର୍ବପର୍ବାଣି

ଅଗ୍ନି ପୂର୍ଣ୍ଣିମା

ଅଗ୍ନି ପୂର୍ଣ୍ଣିମା

ମାଘ ମାସ ପୂର୍ଣ୍ଣିମାକୁ ଅଗ୍ନି ପୂର୍ଣ୍ଣିମା ବା ଅଗିରା ପୁନେଇ କୁହାଯାଇଥାଏ। ଜଗତ୍‌ସିଂହପୁର ଜିଲାରେ ବିଭିନ୍ନ ଅଞ୍ଚଳରେ ଏହା ପାଳିତ ହୋଇଥାଏ। ଗାଁ ମୁଣ୍ଡ କିମ୍ବା ମନ୍ଦିର ପରିସରରେ ଅଗ୍ନିଉତ୍ସବରେ ବିଭିନ୍ନ ପନିପରିବା, ନଡ଼ିଆ, ଭୋଗ ଆଦି ଅଗ୍ନିରେ ପକାଯାଇଥାଏ।

ରଜ

ରଜ

ମିଥୁନ ମାସ ସଂକ୍ରାନ୍ତିରେ ୪ ଦିନ ଧରି ରଜ ଉତ୍ସବ ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ରଜ ସଂକ୍ରାନ୍ତି ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଘରେଘରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। ଯୁବବର୍ଗଙ୍କ ମଧ୍ୟରେ ଏହି ଅବସରରେ କବାଡ଼ି ଓ ବାଗୁଡ଼ି ଖେଳ ପ୍ରତିଯୋଗିତା ହୋଇଥାଏ।

ମହାଶିବରାତ୍ରୀ

ମହାଶିବରାତ୍ରୀ

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ଉତ୍ସବ ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଶୈବପୀଠରେ ଏହା ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥାନ୍ତି।

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ମନ୍ଦିରରେ ଏହି ଉତ୍ସବ ପାଳିତ ହୋଇଥାଏ। ଏହା ପରଦିନ ନନ୍ଦ ଉତ୍ସବ ପାଳିତ ହୋଇଥାଏ। ମନ୍ଦିରରେ ଏହି ଅବସରରେ ଓଡ଼ିଆ ଭାଗବତ ଓ ହରିପୁରାଣ ପାଠ କରାଯାଇଥାଏ।

କାଳୀପୂଜା

କାଳୀପୂଜା

କାର୍ତ୍ତିକ ମାସ କୃଷ୍ଣ ଚତୁର୍ଦ୍ଦଶୀରେ କାଳୀପୂଜା ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଶକ୍ତିପୀଠରେ ଏହି ଅବସରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଅନେକ ସ୍ଥାନରେ ସମାଜର କଲ୍ୟାଣ ପାଇଁ ଯଜ୍ଞ ଅନୁଷ୍ଠିତ ହୋଇଥାଏ।