ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ଯାତ୍ରା

ଦୋଳଯାତ୍ରା

ଦୋଳଯାତ୍ରା

ଫାଲ୍‌ଗୁନ ମାସ ପୂର୍ଣ୍ଣିମାରେ ଦୋଳଯାତ୍ରା ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ବିଭିନ୍ନ ଅଞ୍ଚଳରେ ଏହା ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। ବିମାନରେ ଠାକୁରଙ୍କୁ ବସାଇ ଭୋଗ ଖାଇବାକୁ ଅଣାଯାଇଥାଏ। ମେଳଣ ପଡ଼ିଆରେ ବିମାନଗୁଡ଼ିକ ଏକତ୍ରିତ ହୋଇଥାନ୍ତି। ମେଳଣ ପଡ଼ିଆରେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହା ପାଞ୍ଚଦିନ ଧରି ପାଳନ ହେଉଥିବାରୁ ଏହାକୁ ପଞ୍ଚୁଦୋଳ ମଧ୍ୟ କୁହାଯାଇଥାଏ।

ଚନ୍ଦନଯାତ୍ରା

ଚନ୍ଦନଯାତ୍ରା

ବୈଶାଖ ମାସ କୃଷ୍ଣପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟଠାରୁ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ଏହା ୨୧ ଦିନ ଧରି ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ଏହା ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ଝଙ୍କଡ଼ ମା’ ଶାରଳା ମନ୍ଦିର ନିକଟରେ ଥିବା ଚନ୍ଦନପୋଖରୀରେ ମହାପ୍ରଭୁ ଚାପ ଖେଳିଥାନ୍ତି। ଏହାର ଶେଶ ଦିବସରେ ମହା ବାରୁଣୀ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ହଳଦୀ ଖେଳ ଅନୁଷ୍ଠିତ ହୋଇଥାଏ।

ବାଲିଯାତ୍ରା

ବାଲିଯାତ୍ରା

କାର୍ତ୍ତିକ ମାସ ପୂର୍ଣ୍ଣମାରେ ବାଲିଯାତ୍ରା ଉତ୍ସବ ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ପୋଖରୀରେ ଏହି ଅବସରରେ ଅତି ଆନନ୍ଦ ଉଲ୍ଳାସରେ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥାନ୍ତି। ଓଡ଼ିଆ ସାଧବପୁଅଙ୍କ ଉଦ୍ଦେଶ୍ୟରେ ଏହି ପର୍ବ ପାଳିତ ହୋଇଥାଏ। ଏହି ଅବସରରେ ପାରାଦୀପ ବନ୍ଦରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ଝୁଲଣ ଯାତ୍ରା

ଝୁଲଣ ଯାତ୍ରା

ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ। ଏହି ଅବସରରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଶ୍ରୀକୃଷ୍ଣ ମନ୍ଦିରରେ ଠାକୁରଙ୍କୁ ଝୁଲଣରେ ଝୁଲାଯାଇଥାଏ। ଏହା ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ମନ୍ଦିରରେ ଏହି ଅବସରରେ ଓଡ଼ିଆ ଭାଗବତ ଓ ହରିପୁରାଣ ପାଠ କରାଯାଇଥାଏ।

ରଥଯାତ୍ରା

ରଥଯାତ୍ରା

ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା ପାଳିତ ହୋଇଥାଏ। ଜଗତ୍‌ସିଂହପୁର ଜିଲାର ସିଢ଼ାଲ,ଗାରୋଇ, ଗଡ଼ କୁଜଙ୍ଗ, ଝଙ୍କଡ଼ର ଶାରଳା ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାର ୯ ଦିନ ପରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥାଏ।