ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ମେଳା

ମକର ମେଳା

ମକର ମେଳା

ମକର ସଂକ୍ରାନ୍ତିରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେ ମକର ମେଳା ପାଳିତ ହୋଇଥାଏ। ଗାଁ ଗହଳିରେ ବିଭିନ୍ନ ମନ୍ଦିର ପରିସରରେ ମେଳା ଲାଗିଥାଏ। ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ ଲାଗି ହୋଇଥାଏ। ଏହି ଅବସରେ ଝିଅମାନେ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ବୃଦ୍ଧି ପାଇଁ ମକର ଚାଉଳ ଖୁଆଖୋଇ ହୋଇଥାନ୍ତି।

ମାଘମେଳା

ମାଘମେଳା

ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀରେ ଜଗତ୍‌ସିଂହପୁର ଜିଲାରେ ମାଘମେଳା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଶ୍ରଦ୍ଧାଳୁ ଝଙ୍କଡର ମା’ ଶାରଳାଙ୍କ ପୀଠ ନିକଟରେ ଥିବା ଚନ୍ଦନ ପୋଖରୀରେ ବୁଡ଼ ପକାଇଥାନ୍ତି।

ତ୍ରିନାଥ ମେଳା

ତ୍ରିନାଥ ମେଳା

ଜଗତ୍‌ସିଂହପୁର ଜିଲାର ବିଭିନ୍ନ ମନ୍ଦିର, ଭାଗବତ ଟୁଙ୍ଗି, ଗାଁ ମୁଣ୍ଡ ପିଣ୍ଡି ଆଦିରେ ବର୍ଷ ବ୍ୟାପୀ ତ୍ରିନାଥ ମେଳା ଅନୁଷ୍ଠିତ ହୋଇଥାଏ। ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିବା ଏହି ମେଳାରେ ଭଜନ କୀର୍ତ୍ତନ ହେବା ସହିତ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ମହେଶ୍ୱରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ମେଳା ସଂସାରର ମଙ୍ଗଳ ପାଇଁ ଆୟୋଜିତ ହୋଇଥାଏ।

ଶନିମେଳା

ଶନିମେଳା

ଜଗତ୍‌ସିଂହପୁର ଜିଲାର ବିଭିନ୍ନ ମନ୍ଦିରରେ ସପ୍ତାହର ଶନିବାର ଶନିମହାଗ୍ରହଙ୍କ କୋପ ଶାନ୍ତି ପାଇଁ ଶନିଶ୍ଚର ମେଳା ଆୟୋଜିତ ହୋଇଥାଏ। ମେଳାରେ ଶନି ଚାଳିଶା ପାଠ ସହିତ ରାଶିଲଡୁ, ଖଇ, ନଡ଼ିଆ ଆଦି ଭୋଗ ଲାଗି ହୋଇଥାଏ।

ଭାଗବତ ମେଳା

ଭାଗବତ ମେଳା

ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଭାଗବତ ଟୁଙ୍ଗିରେ ଭାଗବତ ମେଳା ଆୟୋଜିତ ହୋଇଥାଏ। ଏହି ଅବସରରେ ୧୬ ଶତାବ୍ଦୀରେ ଜଗନ୍ନାଥ ଦାସଙ୍କ ଦ୍ୱାରା ଲିଖିତ ଓଡ଼ିଆ ଭାଗବତ ପାଠ କରାଯାଇଥାଏ। ବିଭିନ୍ନ ସାରଗର୍ଭକ କଥାମାନ ଆଲୋଚିତ ହୋଇଥାଏ।