ଶ୍ରେଷ୍ଠ ପାଞ୍ଚ: ଯାଜପୁର ଜିଲାର ପ୍ରାଚୀନ ଶିଳାଲେଖ

ସିଦ୍ଧେଶ୍ୱର ମନ୍ଦିର ଶିଳାଲେଖ

ସିଦ୍ଧେଶ୍ୱର ମନ୍ଦିର ଶିଳାଲେଖ

ଯାଜପୁର ଜିଲା ବୈତରଣୀ ନଦୀ ନିକଟରେ ଥିବା ସିଦ୍ଧେଶ୍ୱର ମନ୍ଦିରରେ ରହିଛି ପ୍ରାଚୀନ ଶିଳାଲେଖ। ମନ୍ଦିରରେ ନନ୍ଦୀ ମୂର୍ତ୍ତି ତଳେ ଅର୍ଦ୍ଧ ଗୋଲାକାର ଆକାରରେ ଏହି ଶିଳାଲେଖ ଖୋଦନ କରାଯାଇଛି।

ତ୍ରିଲୋଚନେଶ୍ୱର ମନ୍ଦିର ଶିଳାଲେଖ

ତ୍ରିଲୋଚନେଶ୍ୱର ମନ୍ଦିର ଶିଳାଲେଖ

ଯାଜପୁର ଜିଲାରେ ଥିବା ତ୍ରିଲୋଚନେଶ୍ୱର ମନ୍ଦିରରେ ରହିଛି ଅନେକ ପ୍ରାଚୀନ ଶିଳାଲେଖ। ଏଗୁଡ଼ିକ ୬ଷ୍ଠ ଶତାବ୍ଦୀରୁ ୧୪ ଶତାବ୍ଦୀ ମଧ୍ୟରେ ଖୋଦନ କରାଯାଇଥିବା ଅନୁମାନ କରାଯାଏ।

ସ୍ଥାନେଶ୍ୱର ମନ୍ଦିର ଶିଳାଲେଖ

ସ୍ଥାନେଶ୍ୱର ମନ୍ଦିର ଶିଳାଲେଖ

ଯାଜପୁର ଜିଲାରେ ଥିବା ସ୍ଥାନେଶ୍ୱର ମନ୍ଦିରରେ ରହିଛି ପ୍ରାଚୀନ ଶିଳାଲେଖ। ମନ୍ଦିର ନିକଟରେ ଏକ ପୋଖରୀ ରହିଛି। ପୋଖରୀ କୂଳରେ ରହିଛି ପ୍ରାଚୀନ ଶିଳାଲେଖ। ଏହି ପଥରର ଉଭୟ ପାର୍ଶ୍ୱରେ ଲେଖାଯାଇଛି। ଗୋଟିଏ ପଟେ ୨୦ ଧାଡି ଲେଖା ଥିବାବେଳେ ଅନ୍ୟ ପାର୍ଶ୍ୱରେ ୨୨ ଧାଡ଼ି ଲେଖା ରହିଛି।

ରତ୍ନଗିରି ଶିଳାଲେଖ

ରତ୍ନଗିରି ଶିଳାଲେଖ

ଯାଜପୁର ଜିଲାରେ ବ୍ରାହ୍ମଣୀ ଓ ବିରୂପା ନଦୀର ମଧ୍ୟସ୍ଥଳରେ ରହିଛି ରତ୍ନଗିରି ବୌଦ୍ଧସ୍ଥଳୀ। ଏଠାରେ ଅନେକ ଶିଳାଲେଖ ରହିଛି। ଏଗୁଡ଼ିକ ଗୁପ୍ତ ରାଜା ନରସିଂହ ବଳାଦିତ୍ୟଙ୍କ ସମୟରେ ୬ଷ୍ଠ ଶତାବ୍ଦୀର ମଧ୍ୟଭାଗରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ।

ଲାଙ୍ଗୁଡ଼ି ପାହାଡ଼ ଶିଳାଲେଖ

ଲାଙ୍ଗୁଡ଼ି ପାହାଡ଼ ଶିଳାଲେଖ

ଯାଜପୁର ଜିଲାରେ ଥିବା ଲାଙ୍ଗୁଡ଼ି ପାହାଡ଼ରେ ରହିଛି ଅନେକ ଶିଳାଲେଖ। ଏସବୁ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ୧୦ମ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ।