ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାରେ ପ୍ରବାହିତ ନଦୀ

ଦେବୀ ନଦୀ

ଦେବୀ ନଦୀ

ଜଗତ୍‌ସିଂହପୁର ଜିଲାରେ ଦେବୀ ନଦୀ ପ୍ରବାହିତ। ଏହା କାଠଯୋଡ଼ିର ଏକ ଉପନଦୀ। ଏହାଦ୍ୱାରା କେନାଲ ସହାୟତାରେ ରବି ଓ ଖରିଫ୍‌ ଋତୁରେ ଜଳସେଚନ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହା ଆଳିପିଙ୍ଗଳ, ମାଛଗାଁ ଏବଂ ନୂଆଗାଁ ଦେଇ ପ୍ରବାହିତ ହୋଇଛି।

ବିଲୁଆଖାଇ

ବିଲୁଆଖାଇ

ଜଗତ୍‌ସିଂହପୁର ଜିଲାରେ ପ୍ରବାହିତ ବିଲୁଆଖାଇ ନଦୀ କାଠଯୋଡ଼ି ନଦୀର ଏକ ଉପନଦୀ। ଏହି ନଦୀ ଜଳସେଚନରେ ବେଶ୍‌ ସହାୟକ ହୋଇଥାଏ। ଏହା ଜିଲାର ପ୍ରମୁଖ ଅଞ୍ଚଳରେ ପ୍ରବାହିତ ହୋଇଥାଏ।

ଦହିଖାଇ

ଦହିଖାଇ

ଦହିଖାଇ ନଦୀ ଦେବୀ ନଦୀର ଉପନଦୀ। ଜଗତ୍‌ସିଂହପୁର ଜିଲାର କିଛି ଅଂଶରେ ପ୍ରବାହିତ। ଏହି ନଦୀର କେନାଲ ଦ୍ୱାରା ଜିଲାର ଅନେକ ଅଂଶ ଜଳସେଚିତ ହୋଇପାରିଥାଏ।

ଅଳକା

ଅଳକା

ଅଳକା ନଦୀ ବିଲୁଆଖାଇ ନଦୀର ଏକ ଉପନଦୀ। ଏହା ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଅଞ୍ଚଳରେ ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ବିଭିନ୍ନ କାରଣରୁ ଏହା କ୍ରମଶଃ ଶୁଖିବାରେ ଲାଗିଛି।

ଶୁକ-ପାଇକା

ଶୁକ-ପାଇକା

ଶୁକ-ପାଇକା ନଦୀ ଏଇତିପୁରଠାରୁ ମହାନଦୀ ଆନିକଟଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ସୃଷ୍ଟି ହୋଇଛି କୁଳସାହିଠାରେ ଏହା ପୁଣି ମୁଖ୍ୟ ନଦୀ ସହିତ ମିଶିଛି। ଜଗତ୍‌ସିଂହପୁର ଜିଲାରେ ଏହି ନଦୀ ସହାୟତାରେ ଅନେକ ଅଞ୍ଚଳ ଜଳସେଚିତ ହୋଇଥାଏ।