ଶ୍ରେଷ୍ଠ ପାଞ୍ଚ: ଯାଜପୁର ଜିଲାର ପାହାଡ଼

ଲାଙ୍ଗୁଡ଼ି ପାହାଡ଼

ଲାଙ୍ଗୁଡ଼ି ପାହାଡ଼

ଯାଜପୁର ଜିଲାରେ ରହିଛି ଲାଙ୍ଗୁଡ଼ି ପାହାଡ଼। ଏଠାରେ ବୌଦ୍ଧ ସଂସ୍କୃତିର ଅନେକ କଳାକୃତି ରହିଛି। ଏଠାରେ ଅନେକ ବୌଦ୍ଧସ୍ତୂପ ଓ ବିହାର ରହିଛି। ଏସବୁ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ୧୦ମ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ଏଠାରେ ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିବାର ଅନୁମାନ କରାଯାଏ।

ରଗଡ଼ି ପାହାଡ଼

ରଗଡ଼ି ପାହାଡ଼

ଯାଜପୁର ଜିଲା କୋରେଇ ତହସିଲରେ ରହିଛି ରଗଡ଼ି ପାହାଡ଼। ଏହି ପାହାଡ଼ରେ ବୌଦ୍ଧ ସଂସ୍କୃତି ସମ୍ପର୍କରେ ଶିଳାଲେଖ ରହିଛି। ବର୍ଷ ସାରା ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି। ପାହାଡ଼ ତଳେ ରହିଛି ରଗଡ଼ି ଗାଁ। ଏହି ଗାଁରେ ଅନେକ ପ୍ରାଚୀନ ମନ୍ଦିର ରହିଛି।

ଓଳାଶୁଣୀ ପାହାଡ଼

ଓଳାଶୁଣୀ ପାହାଡ଼

ଯାଜପୁର ଜିଲାରେ ରହିଛି ଓଳାଶୁଣୀ ପାହାଡ଼। ଏଠାରେ ମା’ ଓଳାଶୁଣୀଙ୍କ ମନ୍ଦିର ଓ ସନ୍ଥ ଅରକ୍ଷିତ ଦାସଙ୍କ ଗାଦି ରହିଛି। ମାଘ କୃଷ୍ଣପକ୍ଷ ଏକାଦଶୀରେ ଏଠାରେ ବଡ ମେଳା ବସେ। ଏହି ଅବସରରେ ବିଭିନ୍ନ ରୋଗ ଭଲ ପାଇଁ ଶ୍ରଦ୍ଧାଳୁଙ୍କୁ କାଞ୍ଜିପାଣି ପ୍ରସାଦ ବିତରଣ କରାଯାଇଥାଏ।

ଦେଉଳି ପାହାଡ଼

ଦେଉଳି ପାହାଡ଼

ଯାଜପୁର ଜିଲାରେ ରହିଛି ଦେଉଳି ପାହାଡ଼। ଏଠାରେ ବୌଦ୍ଧସ୍ତୂପର ଭଗ୍ନାବଶେଷ ରହିଛି। ଅଶୋକଙ୍କ ସମୟରେ ବ୍ୟବହୃତ ଅନେକ ମାଟିପାତ୍ରର ଭଗ୍ନଅଂଶ, ପଥର କଟା ହୋଇ ରହିଥିବା କଳାକୃତି ଆଦି ରହିଛି। ଏଠାକୁ ଅନେକ ଗବେଷକ ଆସିଥାନ୍ତି।

କଣ୍ଟିଗଡ଼ିଆ ପାହାଡ଼

କଣ୍ଟିଗଡ଼ିଆ ପାହାଡ଼

ଯାଜପୁର ଜିଲାର ଧର୍ମଶାଳା ତହସିଲରେ ରହିଛି କଣ୍ଟିଗଡ଼ିଆ ପାହାଡ଼। ଏଠାରେ ବୌଦ୍ଧ ସଂସ୍କୃତିର ଅନେକ କଳାକୃତି ରହିଛି। ଏହା ନିକଟରେ କଣ୍ଟିଗଡ଼ିଆ ଗାଁ ରହିଛି। ଗାଁରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ବିଭିନ୍ନ ସମୟରେ ଅନେକ ଗବେଷକ ଏଠାକୁ ଆସିଥାନ୍ତି।