ଶ୍ରେଷ୍ଠ ପାଞ୍ଚ: ଯାଜପୁର ଜିଲାରେ ପ୍ରବାହିତ ନଦୀ

ବ୍ରାହ୍ମଣୀ

ବ୍ରାହ୍ମଣୀ

ଯାଜପୁର ଜିଲାରେ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ଏହାଦ୍ୱାରା ଜିଲାର ବିସ୍ତୃତ ଅଞ୍ଚଳରେ ଖରିଫ୍‌ ଓ ରବି ଋତୁରେ ଜଳସେଚନ କରାଯାଇଥାଏ। ମହାନଦୀ ପରେ ଏହା ହେଉଛି ଓଡ଼ିଶାର ବୃହତ୍ତମ ନଦୀ।

ବୈତରଣୀ

ବୈତରଣୀ

ବୈତରଣୀ ନଦୀ ଓଡ଼ିଶାର ଏକ ପ୍ରମୁଖ ନଦୀ। ଏହା ଯାଜପୁର ଜିଲାରେ ପ୍ରବାହିତ। ବୈତରଣୀ କେନ୍ଦୁଝର ଜିଲା ଗୁପ୍ତଗଙ୍ଗା ପାହାଡ଼ରୁ ବାହାରିଛି। ଏହା ନିକଟରେ ଗୋନାସିକା ଗ୍ରାମ ରହିଛି। ଏହା ଆଖୁଆପଦାଠାରେ ତ୍ରିକୋଣ ଭୂମି ସୃଷ୍ଟି କରିଛି। ଏହା ଦ୍ୱାରା ଯାଜପୁର ଜିଲାର ବିସ୍ତୃତ ଅଞ୍ଚଳରେ ଜଳସେଚନ ହୋଇପାରିଥାଏ।

ବିରୂପା

ବିରୂପା

ବିରୂପା ମହାନଦୀର ଏକ ଶାଖା ନଦୀ। ଏହା ଯାଜପୁର ଜିଲାରେ ପ୍ରବାହିତ। ବିରୂପା ନଦୀର ଅବବାହିକାରେ ଅନେକ ଫସଲ ହୋଇଥାଏ। ଏହା କେନ୍ଦ୍ରାପଡ଼ା ଇନ୍ଦୁପୁରଠାରେ ବ୍ରାହ୍ମଣୀ ନଦୀ ସହ ମିଶିଛି। ୧୯୯୦ ମସିହାରେ ଚୌଦ୍ୱାରଠାରେ ବିରୂପା ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା।

ବଡଗେଙ୍ଗୁଟି

ବଡଗେଙ୍ଗୁଟି

ବଡଗେଙ୍ଗୁଟି ନଦୀ ଯାଜପୁର ଜିଲାରେ ପ୍ରବାହିତ। ଏହା ଦ୍ୱାରା କେନାଲ ମାଧ୍ୟମରେ ଜିଲାର ବିସ୍ତୃତ ଅଞ୍ଚଳରେ ଜଳସେଚନ କରାଯାଇଥାଏ। ବଡ଼ଚଣା ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରେ ବଡଗେଙ୍ଗୁଟି ନଦୀ ଉପରେ ଏକ ପୋଲ ନିର୍ମିତ ହୋଇଛି।

ଖରସ୍ରୋତା

ଖରସ୍ରୋତା

ଯାଜପୁର ଜିଲାରେ ଖରସ୍ରୋତା ନଦୀ ପ୍ରବାହିତ। ଏହାଦ୍ୱାରା ଜିଲାର ଅନେକ ଅଞ୍ଚଳରେ ଜଳସେଚନ ହୋଇଥାଏ। ଏହା ଉପରେ କୁଆଖିଆଠାରେ ଏକ ବ୍ରିଜ୍‌ ନିର୍ମାଣ କରାଯାଇଛି।