ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ଶୈବପୀଠ

ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିର

ଜଗତ୍‌ସିଂହପୁର ଜିଲା ବାଲିଆଠାରେ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ମନ୍ଦିରରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଜାଗର, ସାବିତ୍ରୀ ବ୍ରତରେ ମନ୍ଦିରରେ ଠାକୁରଙ୍କ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ସୋମନାଥ ମନ୍ଦିର

ସୋମନାଥ ମନ୍ଦିର

ଜଗତ୍‌ସିଂହପୁର ଜିଲା ଛତ୍ରାରେ ରହିଛି ପ୍ରଭୁ ସୋମନାଥଙ୍କ ମନ୍ଦିର। ପ୍ରଭୁଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଶ୍ରାବଣ ମାସରେ ଜଳଲାଗି ପାଇଁ ଏଠାରେ କାଉଡିଆଙ୍କ ଗହଳି ହୋଇଥାଏ।

ସୁବର୍ଣ୍ଣେଶ୍ୱର

ସୁବର୍ଣ୍ଣେଶ୍ୱର

ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ୍‌ ସହଦାଠାରେ ରହିଛି ପ୍ରଭୁ ସୁବର୍ଣ୍ଣେଶ୍ୱରଙ୍କ ଭବ୍ୟ ମନ୍ଦିର। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ମାନସିକଧାରୀଙ୍କ ଭିଡ ଲାଗିରହେ।

ପରେଶ୍ୱର ମନ୍ଦିର

ପରେଶ୍ୱର ମନ୍ଦିର

ଜଗତ୍‌ସିଂହପୁର ଜିଲା ପାରାଦୀପ ଗଡ଼ଠାରେ ରହିଛି ପ୍ରଭୁ ପରେଶ୍ୱରଙ୍କ ମନ୍ଦିର। ପ୍ରଭୁଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ପ୍ରଭୁଙ୍କ ପଞ୍ଚାମୃତ ଗ୍ରହଣ କଲେ ଦୁରାରୋଗ୍ୟ ବ୍ୟାଧି ନାଶ ହୋଇଥାଏ।

ଲୋକେଶ୍ୱର ମନ୍ଦିର

ଲୋକେଶ୍ୱର ମନ୍ଦିର

ଜଗତ୍‌ସିଂହପୁର ଜିଲା ପାରାଦୀପ ଗଡ଼ରେ ରହିଛି ପ୍ରଭୁ ଲୋକେଶ୍ୱରଙ୍କ ଭବ୍ୟମନ୍ଦିର। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଜାଗରରେ ଏଠାରେ ପ୍ରଭୁଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।