ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ଯାତ୍ରା

ମାଳି ଝୁଲଣ ଯାତ୍ରା

ମାଳି ଝୁଲଣ ଯାତ୍ରା

ଗଜପତି ଜିଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଚୈତ୍ର ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ମାଳି ଝୁଲଣ ଯାତ୍ରା କୁହାଯାଇଥାଏ। ଝୁଲଣ ଯାତ୍ରା ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ରଥଯାତ୍ରା

ରଥଯାତ୍ରା

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ମାଉସୀ ମା’ ମନ୍ଦିରକୁ ନିଆଯାଇଥାଏ। ମାଉସୀ ମା’ ମନ୍ଦିର ନିକଟରେ ଏହି ଅବସରରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମେଳା ଲାଗିଥାଏ।

 ଘଟ ଯାତ୍ରା

ଘଟ ଯାତ୍ରା

ଗଜପତି ଜିଲାରେ ଚୈତ୍ର, ବୈଶାଖ ଏବଂ ଜ୍ୟେଷ୍ଠ ମାସରେ ଘଟ ଯାତ୍ରା ବା ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ଉତ୍ସବ ପାଳିତ ହୋଇଥାଏ। ମାଟିପାତ୍ରକୁ ବିଭିନ୍ନ ରଙ୍ଗରେ ରଙ୍ଗାଇ ମା’ଙ୍କ ପୀଠକୁ ଅଣାଯାଇ ସେଠାରେ ସ୍ବତନ୍ତ୍ର ନୀତି ସମ୍ପନ୍ନ କରାଯାଇଥାଏ।

ଦହି ହାଣ୍ଡି ଯାତ୍ରା

ଦହି ହାଣ୍ଡି ଯାତ୍ରା

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଜନ୍ମାଷ୍ଟମୀ ପାଳନ ପରେ ନବମୀରେ ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ଦହି ହାଣ୍ଡି ଯାତ୍ରା ବା ଦହିହାଣ୍ଡି ଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଶ୍ରୀକୃଷ୍ଣ ନିଜ ସାଙ୍ଗସାଥୀଙ୍କ ସହିତ ଦହିହାଣ୍ଡି ଭାଙ୍ଗିଥିବା ପୁରାଣରେ ବର୍ଣ୍ଣନା କରାଯାଇଛି। ଏହି ଆଧାରରେ ରାଧାକୃଷ୍ଣଙ୍କର ଏକ କୁଞ୍ଜ ମେଢ଼ ନିର୍ମାଣ କରାଯାଇ ଏହାକୁ ପରିକ୍ରମା କରାଯାଇଥାଏ।

ମାଳତି ଝୁଲଣ ଯାତ୍ରା

ମାଳତି ଝୁଲଣ ଯାତ୍ରା

ଗଜପତି ଜିଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଶ୍ରାବଣ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ମାଳତି ଝୁଲଣ ଯାତ୍ରା କୁହାଯାଇଥାଏ। ଏହି ଅବସରରେ ରାଧାଙ୍କୁ କୃଷ୍ଣଙ୍କ ପୋଷାକ ଲାଗି ହୋଇଥାଏ। ପୁରାଣ ଅନୁସାରେ ମାତା ରାଧାରାଣୀ ଛଦ୍ମବେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ଅବସରରେ ମାତାଙ୍କ ଛଦ୍ମବେଶ ରୂପ ସହିତ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲା ଯାଇଥାଏ। ଝୁଲଣ ଯାତ୍ରା ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।