ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ଲୋକକଳା

ଘଟ

ଘଟ

ବିଭିନ୍ନ ପର୍ବପର୍ବାଣିରେ ଜଗତ୍‌ସିଂହପୁର ଜିଲାରେ ଘଟ ଚିତ୍ରର ବହୁଳ ବ୍ୟବହାର ହୋଇଥାଏ। ଏହା ମଙ୍ଗଳଦାୟକ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣନା ରହିଛି। ଏଥିରେ ପଞ୍ଚଦେବତାଙ୍କୁ ଆବାହନ କରାଯାଇ ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା କରାଯାଇଥାଏ।

ଓଲଟା ପଦ୍ମ

ଓଲଟା ପଦ୍ମ

ଜଗତ୍‌ସିଂହପୁର ଜିଲାରେ ଓଲଟା ପଦ୍ମ ଚିତ୍ର ଘରେ ଘରେ ବେଶ୍‌ ପ୍ରଚଳିତ ହୋଇଥାଏ। ପଦ୍ମ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। ଘରେ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଅତୁଟ ରଖିବା ପାଇଁ ଶ୍ରଦ୍ଧାଳୁ ଏହି ଚିତ୍ରର ଉପଯୋଗ କରିଥାନ୍ତି।

ଯୋଡି ମାଛ

ଯୋଡି ମାଛ

ଯୋଡି ମାଛ ଚିତ୍ରକୁ ଶୁଭ ସଙ୍କେତ ଭାବେ ବିବେଚନା କରାଯାଇଥାଏ। ଜଗତ୍‌ସିଂହପୁର ଜିଲାରେ ବିବାହ ଉତ୍ସବରେ କାନ୍ଥରେ ଯୋଡି ମାଛ ଚିତ୍ର ଅଙ୍କନ କରାଯାଇଥାଏ। ସେହିପରି ଗୃହସ୍ଥମାନେ ଘର ଦୁଆର ବନ୍ଧ ଉପରେ ଅଂଶର ଦୁଇ ପାର୍ଶ୍ୱରେ ଯୋଡି ମାଛ ବଢ଼େଇମାନଙ୍କ ସହାୟତାରେ ଖୋଦେଇ କରିଥାନ୍ତି। ଏହାଦ୍ୱାରା ଘରେ ଶାନ୍ତି ବଜାୟୀ ରହିଥାଏ ବୋଲି ବିଶ୍ୱାସ ରହିଛି।

 ମଙ୍ଗଳଚରଣ ଚିତା

ମଙ୍ଗଳଚରଣ ଚିତା

ମଙ୍ଗଳଚରଣ ଚିତାକୁ ମାତା ଲକ୍ଷ୍ମୀଙ୍କ ପାଦପଦ୍ମ ଭାବେ ବିବେଚନା କରାଯାଇଥାଏ। ଜଗତ୍‌ସିଂହପୁର ଜିଲାରେ ଘରେ ଘରେ ଏଭଳି ଚିତା ଦେଖିବାକୁ ମିଳିଥାଏ। ମାର୍ଗଶିର ମାସ ଗୁରୁବାରରେ ଏହି ଚିତା ମନରେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥାଏ। ମାତା ଲକ୍ଷ୍ମୀଙ୍କ କୃପାଲାଭ ପାଇଁ କେହି କେହି ରୁପା ଓ ସୁନାରେ ନିର୍ମିତ ମଙ୍ଗଳଚରଣ ପାଖରେ ରଖିଥାନ୍ତି।

ଶଙ୍ଖ

ଶଙ୍ଖ

ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ସହିତ ଶଙ୍ଖ ମଧ୍ୟ ଦେବତାମାନଙ୍କୁ ମିଳିଥିଲା। ଏହାକୁ ଅତ୍ୟନ୍ତ ଶୁଭ ଭାବେ ପରିଗଣିତ କରାଯାଇଥାଏ। ପ୍ରତି ଶୁଭକାର୍ଯ୍ୟରେ ଏହାର ଉପଯୋଗ ହୋଇଥାଏ। ଜଗତ୍‌ସିଂହପୁର ଜିଲାରେ ଘରେ ଘରେ ଶଙ୍ଖର ଚିତ୍ର ଘରର ବିଭିନ୍ନ ଅଂଶ ତଥା ପଦାର୍ଥରେ ଅଙ୍କନ କିମ୍ବା ଖୋଦେଇ କରିବାକୁ ଲୋକମାନେ ପସନ୍ଦ କରିଥାନ୍ତି। ବାହା ପୁଆଣି, ବ୍ରତଘର, ପୂଜା ଆଦିରେ ଶଙ୍ଖ ଚିତ୍ର ଘରର କାନ୍ଥରେ ଅଙ୍କନ କରାଯାଇଥାଏ।