ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ଶକ୍ତିପୀଠ

ମାଣିକେଶ୍ୱରୀ

ମାଣିକେଶ୍ୱରୀ

ମା’ ମାଣିକେଶ୍ୱରୀ ପାରଳା ରାଜାଙ୍କର ଇଷ୍ଟ ଦେବୀ। ମା’ଙ୍କୁ କନକ ଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ପାରଳା ରାଜା ଯୁଦ୍ଧରେ ବିଜୟ ପାଇଁ ମା’ଙ୍କ ପୂଜାଚ୍ଚର୍ନ କରୁଥିଲେ। ବିଭିନ୍ନ ପର୍ବ ପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ମୀନାକ୍ଷୀ

ମୀନାକ୍ଷୀ

ଗଜପତି ଜିଲା ପୁରୁଣା ପାଟଣାରେ ମା’ ମୀନାକ୍ଷୀଙ୍କର ଶକ୍ତିପୀଠ ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଗହଳି ହୋଇଥାଏ। ଦୁର୍ଗା ପୂଜା ଓ କାଳୀ ପୂଜାରେ ମା’ ଙ୍କ ପୀଠରେ ସ୍ବତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଥାଏ।

ନୀଳ ମା’ ଠାକୁରାଣୀ

ନୀଳ ମା’ ଠାକୁରାଣୀ

ଗଜପତି ଜିଲାରେ ରହିଛି ନୀଳ ମା’ ଠାକୁରାଣୀଙ୍କ ଶକ୍ତିପୀଠ। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ ରହିଛି। ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି।

କଦମ୍ବାଖଣ୍ଡି ଠାକୁରାଣୀ

କଦମ୍ବାଖଣ୍ଡି ଠାକୁରାଣୀ

ଗଜପତି ଜିଲାରେ ମା’ କଦମ୍ବାଖଣ୍ଡି ଠାକୁରାଣୀଙ୍କର ଶକ୍ତିପୀଠ ରହିଛି। ବିଭିନ୍ନ ପର୍ବପର୍ବାଣିରେ ମା’ଙ୍କ ପୀଠରେ ଗହଳି ହୋଇଥାଏ। ମାନସିକଧାରୀ ମା’ଙ୍କ ନିକଟରେ ମାନସିକ କରିଥାନ୍ତି।

ବାଇ ଠାକୁରାଣୀ

ବାଇ ଠାକୁରାଣୀ

ଗଜପତି ଜିଲାରେ ରହିଛି ମା’ ବାଇ ଠାକୁରାଣୀଙ୍କ ଶକ୍ତିପୀଠ। ପ୍ରତି ଗୁରୁବାର ମା’ଙ୍କ ପୀଠରେ ଗହଳି ହୋଇଥାଏ। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ବିପଦ ଆପଦରେ ମା’ଙ୍କ ପାଖରେ ଶ୍ରଦ୍ଧାଳୁ ଗୁହାରି କରିଥାନ୍ତି।