ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ରାଜା

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ଗଜପତି ଜିଲାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୧୩ରେ ସେ ସିଂହାସନ ଆରୋହଣ କରିଥିଲେ। ୧୯୭୪ରେ ସେ ଦେହତ୍ୟାଗ କରିଥିଲେ।

ପ୍ରତାପରୁଦ୍ର ଦେବ

ପ୍ରତାପରୁଦ୍ର ଦେବ

ପ୍ରତାପରୁଦ୍ର ନାରାୟଣ ଦେବ ୧୭୬୬ ମସିହା ପର୍ଯ୍ୟନ୍ତ ଗଜପତି ଜିଲାରେ ଶାସନ କରିଥିଲେ। ସେ ହେଉଛନ୍ତି ଗଙ୍ଗବଂଶର ପ୍ରଥମ ରାଜା। ସେ ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ଥିଲେ। ବଂଶର ଦେବାଦେବୀଙ୍କ ଅନୁସାରେ ସେ ରାମ ସାଗର, ସୀତା ସାଗର, ଭରତ ସାଗର ଏବଂ ଲକ୍ଷ୍ମଣ ସାଗର ପୋଖରୀ ଖୋଳାଇଥିଲେ। ପାରଳାଖେମୁଣ୍ଡିରେ ସାଦାରମା ମନ୍ଦିର ଏବଂ ଚାଙ୍ଗୁଡି ଅଗରାହରରେ ବାଲାଜୀ ମନ୍ଦିର ନିର୍ମାଣ କରିଥିଲେ।

ଦ୍ୱିତୀୟ ଜଗନ୍ନାଥ ନାରାୟଣ ଦେବ

ଦ୍ୱିତୀୟ ଜଗନ୍ନାଥ ନାରାୟଣ ଦେବ

ଦ୍ୱିତୀୟ ଜଗନ୍ନାଥ ନାରାୟଣ ଦେବ ୧୭୫୧ ମସିହାରେ ସିଂହାସନ ଆରୋହଣ କରିଥିଲେ। ସେ ୧୭୭୦ ମସିହା ପର୍ଯ୍ୟନ୍ତ ଗଜପତି ଜିଲାରେ ରାଜ୍ୟ ଶାସନ କରିଥିଲେ। ଖୋର୍ଦ୍ଧାର ଭୋଇ ବଂଶ ରାଜାଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା। ଏଥିରେ ଭୋଇ ବଂଶ ରାଜା ପରାସ୍ତ ହୋଇଥିଲେ।

ଗଜପତି ଦେବ

ଗଜପତି ଦେବ

ଗଜପତି ଦେବ ୧୭୭୨ମସିହାରେ ସିଂହାସନ ଆରୋହଣ କରିଥିଲେ। ନିଜ ଶାସନ ସମୟରେ ସେ ଗଜପତି ଜିଲାର ଅନେକ ପୁରୁଣା ମନ୍ଦିରର ପୁନର୍ନିମାଣ କରିଥିଲେ। ମହେନ୍ଦ୍ରତନୟା ନଦୀ କୂଳରେ ଥିବା େଇଚ୍ଛାପୁରମ୍‌ଠାରେ ସେ ନୀଳକଣ୍ଠେଶ୍ୱର ମନ୍ଦିରର ପୁନର୍ନିମାଣ କରିଥିଲେ।

ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ

ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ

ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ୧୮୮୮ରେ ପାରଳାଖେମୁଣ୍ଡି ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ। ଗଜପତି ଜିଲାରେ ତାଙ୍କ ଶାସନ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ଶାସନ ସମୟରେ ୧୮୯୬ରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜ ସ୍ଥାପିତ ହୋଇଥିଲା।