ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ଜଳସେଚନ ପ୍ରକଳ୍ପ

ରାମ ସାଗର

ରାମ ସାଗର

ରାମ ସାଗର ଜଳସେଚନ ପ୍ରକଳ୍ପ ଦ୍ୱାରା ଗଜପତି ଜିଲାର ଅନେକ ଅଞ୍ଚଳରେ ରବି ତଥା ଖରିଫ୍‌ ଋତୁରେ ଆବଶ୍ୟକ ଜଳସେଚନ ହୋଇପାରିଥାଏ। ଏହି ଡ୍ୟାମ୍‌ର ଲମ୍ବ ୭୯୨ ମିଟର। ଏହି ପ୍ରକଳ୍ପ ୧୭୪୮ରୁ ୧୭୬୬ ମସିହା ମଧ୍ୟରେ ମହାରାଜ ବୀର ପ୍ରତାପରୁଦ୍ର ନାରାୟଣ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତି ରହିଛି।

ସୀତା ସାଗର

ସୀତା ସାଗର

ଗଜପତି ଜିଲାରେ ରହିଛି ସୀତା ସାଗର ଜଳସେଚନ ପ୍ରକଳ୍ପ। ଏହା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହାଦ୍ୱାରା ଜିଲାର ଚାଷୀମାନେ ବେଶ୍‌ ଉପକୃତ ହୋଇଥାନ୍ତି।

କୃଷ୍ଣ ସାଗର

କୃଷ୍ଣ ସାଗର

କୃଷ୍ଣ ସାଗର ଜଳସେଚନ ପ୍ରକଳ୍ପ ଜମିଦାରି ଶାସନ ସମୟରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ଏହି ପ୍ରକଳ୍ପର ଲମ୍ବ ୨.୩୩୨ କିଲୋମିଟର ହୋଇଥିବାବେଳେ ଏହାର ଉଚ୍ଚତା ୮.୭୦ ମିଟର ରହିଛି। ଗଜପତି ଜିଲାର ଚାଷୀ ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଖରିଫ୍‌ ଓ ରବି ଋତୁରେ ଫସଲ ପାଇଁ ଆବଶ୍ୟକ ପାଣି ପାଇପାରିଥାନ୍ତି।

ରାଧା ସାଗର

ରାଧା ସାଗର

ରାଧା ସାଗର ଜଳସେଚନ ପ୍ରକଳ୍ପ ଏକ ପୁରୁଣା ପ୍ରକଳ୍ପ। ଏହା ଜମିଦାରି ଶାସନ ପରେ ନିର୍ମିତ ହୋଇଥିଲା। ଏହାର ଲମ୍ବ ୬୨୫ ମିଟର। ଗଜପତି ଜିଲାର ପାହାଡିଆ ଅଞ୍ଚଳରେ ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ହୋଇପାରିଥାଏ।

ମହେନ୍ଦ୍ରତନୟା

ମହେନ୍ଦ୍ରତନୟା

ମହେନ୍ଦ୍ରତନୟା ଜଳସେଚନ ପ୍ରକଳ୍ପ ଗଜପତି ଜିଲାର ବତିଶିରିପୁର ଗାଁ ନିକଟରେ ରହିଛି। ଏହାଦ୍ୱାରା ଜିଲାର ଚାଷୀମାନେ ଖରିଫ୍‌ ଓ ରବି ଋତୁରେ ଚାଷ ପାଇଁ ଆବଶ୍ୟକ ପାଣି ପାଇପାରିଥାନ୍ତି।