ଶ୍ରେଷ୍ଠ ପାଞ୍ଚ: ଗଜପତିର ଶୈବପୀଠ

ନୀଳକଣ୍ଠେଶ୍ୱର

ନୀଳକଣ୍ଠେଶ୍ୱର

ଗଜପତି ଜିଲା ମହେନ୍ଦ୍ରତନୟା ନଦୀ କୂଳରେ ପୁରୁଣାପାଟଣାଠାରେ ରହିଛି ନୀଳକଣ୍ଠେଶ୍ୱର ଶୈବପୀଠ। ଏହି ପୀଠକୁ ପଞ୍ଚଲିଙ୍ଗେଶ୍ୱର ମଧ୍ୟ କୁହାଯାଇଥାଏ। ଜାଗର, ସାବିତ୍ରୀ ଅମାବାସ୍ୟା, ବଡ଼ଓଷା ଆଦିରେ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ରାମଲିଙ୍ଗେଶ୍ୱର

ରାମଲିଙ୍ଗେଶ୍ୱର

ଗଜପତି ଜିଲା ରାମସାଗର ନିକଟରେ ରହିଛି ରାମଲିଙ୍ଗେଶ୍ୱରଙ୍କ ପବିତ୍ର ପୀଠ। କାର୍ତ୍ତିକ ମାସ ସାରା ଏଠାରେ ଗହଳି ଲାଗିରହିଥାଏ। ଏହି ପୀଠରେ ନିୟମିତ ଭାଗବତ ପାଠ ସହିତ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥାଏ।

ଅର୍ଦ୍ଧନାରୀଶ୍ୱର

ଅର୍ଦ୍ଧନାରୀଶ୍ୱର

ଗଜପତି ସହର ହସ୍ପିଟାଲ ରୋଡ୍‌ରେ ରହିଛି ଅର୍ଦ୍ଧନାରୀଶ୍ୱରଙ୍କ ପ୍ରସିଦ୍ଧ ପୀଠ। ଏଠାରେ ପଣାସଂକ୍ରାନ୍ତି ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଜାଗର, ଦୁର୍ଗାପୂଜା ଓ କାଳୀପୂଜାରେ ମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ମାଡୁଆ ମହାଦେବ

ମାଡୁଆ ମହାଦେବ

ଗଜପତି ଜିଲା ସୀତା ସାଗର ନିକଟରେ ରହିଛି ମାଡୁଆ ମହାଦେବଙ୍କର ପବିତ୍ର ପୀଠ। ଏହି ପୀଠରେ ମଲ୍ଲୀଦେଶ୍ୱର ପୂଜା ପାଇଥାନ୍ତି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଶ୍ରାବଣମାସରେ ଜଳଲାଗି ପାଇଁ ବହୁ ଦୂରଦୂରାନ୍ତରୁ କାଉଡିଆମାନେ ଏଠାକୁ ଆସିଥାନ୍ତି।

ମଲ୍ଲିକାର୍ଜୁନ

ମଲ୍ଲିକାର୍ଜୁନ

ଗଜପତି ଜିଲାର ଗୋଳବନ୍ଧଠାରେ ରହିଛି ମଲ୍ଲିକାର୍ଜୁନଙ୍କ ପବିତ୍ର ପୀଠ। ପ୍ରତି ସୋମବାରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମାନସିକଧାରୀ ଏଠାରେ ରୁଦ୍ରାଭିଷେକ କରାଇଥାନ୍ତି। ଭୋଳାନାଥଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି।