ଶ୍ରେଷ୍ଠ ପାଞ୍ଚ: କଟକର ପର୍ବପର୍ବାଣି

ମକର ମେଳା

ମକର ମେଳା

କଟକ ଜିଲା ମହାନଦୀ କୂଳରେ ଥିବା ସିଂହନାଥ ମନ୍ଦିରରେ ଆନନ୍ଦ ଉଲ୍ଲାସରେ ମକର ମେଳା ଆୟୋଜିତ ହୋଇଥାଏ। ମକର ସଂକ୍ରାନ୍ତିରେ ଏହି ମେଳା ଅନୁଷ୍ଠିତ ହୋଇଥାଏ। ବଡ଼ମ୍ବାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି।

ବଡ଼ଓଷା

ବଡ଼ଓଷା

କାର୍ତ୍ତିକ ମାସରେ କଟକର ଧବଳେଶ୍ୱର ପୀଠରେ ମହାଆଡମ୍ବରରେ ବଡ଼ଓଷା ପର୍ବ ପାଳିତ ହୋଇଥାଏ। ଏହି ପୀଠକୁ ଯିବା ପାଇଁ ଏକ ଝୁଲା ପୋଲ ରହିଛି। ଧବଳେଶ୍ୱର ମନ୍ଦିର ଦଶମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ।

ପଣାସଂକ୍ରାନ୍ତି

ପଣାସଂକ୍ରାନ୍ତି

କଟକରେ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। ବିଭିନ୍ନ ଶୈବପୀଠ ତଥା ହନୁମାନ ମନ୍ଦିରରେ ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଅନେକ ଶକ୍ତିପୀଠରେ ଏହି ଅବସରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଦୁର୍ଗାପୂଜା

ଦୁର୍ଗାପୂଜା

ଆଶ୍ୱିନ ମାସରେ କଟକର ବିଭିନ୍ନ ଅଞ୍ଚଳରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ। ଅନେକ ସ୍ଥାନରେ ସୁନା ତଥା ଚାନ୍ଦି ମେଢ଼ ନିର୍ମାଣ କରାଯାଇଥାଏ। ଦୁର୍ଗାପୂଜା ଅବସରରେ କଟକରେ ପ୍ରବଳ ଜନସମାଗମ ହୋଇଥାଏ।

ଗଜଲକ୍ଷ୍ମୀ ପୂଜା

ଗଜଲକ୍ଷ୍ମୀ ପୂଜା

କୁମାରପୂର୍ଣ୍ଣିମାରେ କଟକର ଚୌଦ୍ୱାରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ପୂଜା ୪ ଦିନ ଧରି ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ପୂଜା ପେଣ୍ଡାଲ ନିକଟରେ ମେଲୋଡି ଦେଖିବାକୁ ପ୍ରବଳ ଗହଳି ହୋଇଥାଏ। ବିରୂପା ନଦୀପଠାରେ ଏହି ଅବସରରେ ମେଳା ଲାଗିଥାଏ।