ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ଜନଜାତି ସମ୍ପ୍ରଦାୟ

ସୌରା

ସୌରା

ସୌରା ଜନଜାତି ଗଜପତି ଜିଲାର ପାହାଡ଼ିଆ ଅଞ୍ଚଳରେ ବସବାସ କରିଥାନ୍ତି। ଚାଷକାମ ସହିତ ଜଙ୍ଗଲରୁ କେନ୍ଦୁପତ୍ର, ଶାଳପତ୍ର ତଥା ଅନ୍ୟ ସାମଗ୍ରୀ ସଂଗ୍ରହ କରି ସେମାନେ ଗୁଜରାଣ ମେଣ୍ଟାଇଥାନ୍ତି। ସେମାନେ ଶବର, ସୌରା ଶବର ଭାବେ ମଧ୍ୟ ପରିଚିତ। ଗଜପତି ଜିଲାର ମୋଟ ଜନସଂଖ୍ୟାର ୪୭.୪୭ ହେଉଛନ୍ତି ସୌରା ଜନଜାତି।

ଶବର ଲୋଧା

ଶବର ଲୋଧା

ଗଜପତି ଜିଲାର ଜଙ୍ଗଲ ଅଞ୍ଚଳରେ ଶବର ଲୋଧା ଜନଜାତି ସମ୍ପ୍ରଦାୟ ରୁହନ୍ତି। ଜୀବନଯାପନ ପାଇଁ ସେମାନେ ଚାଷକାମ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ମାଛ ଧରିବା ଓ ଶିକାର ଆଦି କରିଥାନ୍ତି। ଗଜପତି ଜିଲାର ମୋଟ ଜନସଂଖ୍ୟା ମଧ୍ୟରେ ଶବର ଲୋଧାଙ୍କ ସଂଖ୍ୟା ୩୫.୯୧ ପ୍ରତିଶତ ରହିଛି।

କନ୍ଧ

କନ୍ଧ

କନ୍ଧ ଜନଜାତି ସମ୍ପ୍ରଦାୟ ଗଜପତି ଜିଲାର ଜଙ୍ଗଲ ଅଞ୍ଚଳରେ ବସବାସ କରନ୍ତି। ଚାଷକାମ, ଜଙ୍ଗଲରୁ ଲାଖ, ମହୁ, ଝୁଣା, କାଠ ଆଦି ସଂଗ୍ରହକରି ସେମାନେ ଗୁଜରାଣ ମେଣ୍ଟାଇଥାନ୍ତି। ଅବସର ସମୟ ମିଳିଲେ ଗୋଷ୍ଠୀବଦ୍ଧ ଭାବେ ବିଭିନ୍ନ ମଉଜ ମଜଲିସ୍‌ରେ ମାତିଥାନ୍ତି। ଗଜପତି ଜିଲାର ମୋଟ ଜନସଂଖ୍ୟା ମଧ୍ୟରେ କନ୍ଧ ଜନଜାତି ସମ୍ପ୍ରଦାୟ ୧୪.୧୨ ପ୍ରତିଶତ ରହିଛନ୍ତି।

କୋୟା

କୋୟା

କୋୟା ଜନଜାତି ଗଜପତି ଜିଲାର ପାହାଡିଆ ଅଞ୍ଚଳରେ ରହିଥାନ୍ତି। ନିଜ ସଂସ୍କୃତିକୁ ସେମାନେ ଭଳ ପାଇଥାନ୍ତି। ମାଟି ମା’, ସବୁଜ ଜଙ୍ଗଲକୁ ପୂଜା କରନ୍ତି। ଭଲ ଫସଲ ପାଇଁ ଗାଁ ମୁଣ୍ଡ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତି।

ଭୂୟାଁ

ଭୂୟାଁ

ଭୂୟାଁ ଜନଜାତି ଗଜପତି ଜିଲାର ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ପର ଘରେ ପାଇଟି ଅଥବା ଅନ୍ୟର ଚାଷ ଜମିରେ ମୂଲଲାଗି ପେଟ ପୋଷିଥାନ୍ତି। ଖଜୁରି ଓ ତାଳ ତାଡି ସଂଗ୍ରହ କରି ବିକିବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଇଥାନ୍ତି।