ଶ୍ରେଷ୍ଠ ପାଞ୍ଚ: ଦେବଗଡ଼ର ଶକ୍ତିପୀଠ

ପ୍ରଧାନପାଟେଶ୍ୱରୀ

ପ୍ରଧାନପାଟେଶ୍ୱରୀ

ଦେବଗଡ଼ ଜିଲାରେ ରହିଛି ମା’ ପ୍ରଧାନପାଟେଶ୍ୱରୀଙ୍କ ଶକ୍ତିପୀଠ। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରନ୍ତି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମା’ଙ୍କର ବିଶେଷ ବେଶ ଓ ପୂଜା ସମ୍ପନ୍ନ ହୋଇଥାଏ।

ଠାକୁରାଣୀ ପୀଠ

ଠାକୁରାଣୀ ପୀଠ

ଦେବଗଡ଼ ବାସାଲଇରେ ରହିଛି ମା’ ଠାକୁରାଣୀଙ୍କର ପ୍ରସିଦ୍ଧ ଶକ୍ତିପୀଠ। ଏଠାରେ ଶିବରାତ୍ରିରେ ମା’ଙ୍କର ବିଶେଷ ପୂଜା ସମ୍ପନ୍ନ ହୋଇଥାଏ। ମା’ଙ୍କ ପୀଠରେ ବର୍ଷର ବିଭିନ୍ନ ସମୟରେ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏଠାରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଭୈରବୀ

ଭୈରବୀ

ଦେବଗଡ଼ ବାଲାମ୍‌ରେ ରହିଛି ମା’ ଭୈରବୀଙ୍କ ପ୍ରସିଦ୍ଧ ଶକ୍ତିପୀଠ। ବିଭିନ୍ନ ପର୍ବ ପର୍ବାଣିରେ ମା’ଙ୍କ ପୀଠରେ ସ୍ବତନ୍ତ୍ର ପୂଜା ବିଧି ସମ୍ପନ୍ନ ହୋଇଥାଏ। ଏଠାରେ ମାନସିକଧାରୀଙ୍କ ମାନସିକ ପୂରଣ ହେଲେ ସେମାନେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି।

ମା’ ସରଣୀପତ୍‌

ମା’ ସରଣୀପତ୍‌

ଦେବଗଡ଼ ଜିଲା ବିଜୟନଗରଠାରେ ରହିଛି ମା’ ସରଣୀପତ୍‌ଙ୍କ ଶକ୍ତିପୀଠ। ମା’ ଶରର ନେଲେ ବହୁ ବିପଦରୁ ମୁକ୍ତି ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି।

ରମ୍ଭାଦେବୀ ପୀଠ

ରମ୍ଭାଦେବୀ ପୀଠ

ଦେବଗଡ଼ ଜିଲା ବାରକୋଟ ଓ ସୁଗୁଡାରେ ରହିଛି ମା’ ରମ୍ଭାଦେବୀଙ୍କ ଶକ୍ତିପୀଠ। ମା’ ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ମାନସିକଧାରୀ ମା’ଙ୍କ ନିକଟରେ ନାନା ମାନସିକ କରିଥାନ୍ତି।