ଶ୍ରେଷ୍ଠ ପାଞ୍ଚ: କଟକ ଜିଲାର ଲୋକସଙ୍ଗୀତ

ଭଜନ

ଭଜନ

ଭଜନ ଦେବାଦେବୀଙ୍କ ଗୁଣ ଗାନ କରି ବୋଲା ଯାଇଥାଏ। ବିଭିନ୍ନ ଦେବାଳୟରେ ସକାଳ ଓ ସନ୍ଧ୍ୟାରେ ଭଜନ ବୋଲା ଯାଇଥାଏ।

କୀର୍ତ୍ତନ

କୀର୍ତ୍ତନ

ରାଧା-କୃଷ୍ଣଙ୍କ ଗୁଣଗାନ କରି କୀର୍ତ୍ତନ କରାଯାଇଥାଏ। ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସମୟଠାରୁ କଟକ ଜିଲାରେ କୀର୍ତ୍ତନ ବେଶ୍‌ ଲୋକପ୍ରିୟ ହୋଇପାରିଛି। ମନ୍ଦିର, ଭାଗବତ ଘର ତଥା ବିଭିନ୍ନ ଧାର୍ମିକ ଉତ୍ସବରେ କୀର୍ତ୍ତନ କରାଯାଇଥାଏ।

ଖଞ୍ଜଣି ଭଜନ

ଖଞ୍ଜଣି ଭଜନ

ଖଞ୍ଜଣି ଭଜନ କଟକ ଜିଲାରେ ବେଶ୍‌ ଲୋକପ୍ରିୟ। ମହିମାଧର୍ମାବଲମ୍ବୀମାନେ ଖଞ୍ଜଣି ବଜାଇ ଅତି ମାର୍ମିକ ସ୍ବରରେ ବିଶ୍ୱ ନିୟନ୍ତାଙ୍କ ଗୁଣଗାନ କରିଥାନ୍ତି।

ଧୁଡୁକି ଗୀତ

ଧୁଡୁକି ଗୀତ

ଧୁଡୁକି ବାଦ୍ୟଯନ୍ତ୍ର ବଜାଇ ଗାନ କରାଯାଉଥିବା ଗୀତକୁ ଧୁଡୁକି ଗୀତ କୁହାଯାଇଥାଏ। କଟକ ଜିଲାରେ ଏହିଗୀତ ବେଶ୍‌ ଲୋକପ୍ରିୟ। କେଳା-କେଳୁଣୀ ନାଚ ସମୟରେ ଏହି ଗୀତ ପ୍ରାୟତଃ ଗାନ କରାଯାଇଥାଏ। ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ଏହି ଗୀତ ପର୍ଯ୍ୟବସିତ ହୋଇଥାଏ।

 ହଳିଆ ଗୀତ

ହଳିଆ ଗୀତ

କୃଷକମାନେ ଚାଷ କରୁଥିବା ସମୟରେ କିମ୍ବା ଶଗଡ଼ରେ ଯାଉଥିବାବେଳେ ଗାଉଥିବା ଗୀତକୁ ହଳିଆ ଗୀତ କୁହାଯାଇଥାଏ। ହଳିଆ ଗୀତ ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ହୋଇଥାଏ। ଏହି ଗୀତରେ କୌଣସି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇ ନ ଥାଏ।