ଶ୍ରେଷ୍ଠ ପାଞ୍ଚ: କଟକ ଜିଲାର ଲୋକନୃତ୍ୟ

ବାଉଁଶ ନାଚ

ବାଉଁଶ ନାଚ

କଟକ ଜିଲାରେ ବାଉଁଶ ନାଚ ବେଶ୍‌ ଲୋକପ୍ରିୟ। ଜଣେ ମହିଳା କିମ୍ବା ବାଳିକା ବାଉଁଶ ଖମ୍ବ ଉପରେ ଚଢି ବାଦ୍ୟଯନ୍ତ୍ର ଓ ଗୀତର ତାଳେତାଳେ ବିଭିନ୍ନ ପ୍ରକାର ଦୋଳି ଖେଳ କୌଶଳ ପ୍ରଦର୍ଶନ କରିଥାନ୍ତି।

ଗଉଡ଼ ନାଚ

ଗଉଡ଼ ନାଚ

କଟକ ଜିଲାରେ ଗଉଡ଼ ନାଚ ବା ଲଉଡ଼ି ଖେଳ ବେଶ୍‌ ଲୋକପ୍ରିୟ। ଗୋପାଳ ସମ୍ପ୍ରଦାୟ ଦୋଳ ଉତ୍ସବ ସମୟରେ ଆନନ୍ଦ ମନରେ ଏହି ନାଚ କରିଥାନ୍ତି। ଗୀତ ଓ ବାଦ୍ୟଯନ୍ତ୍ର ତଥା ମଇଁଷି ଶିଙ୍ଘା ଏବଂ ବଂଶୀର ତାଳେତାଳେ ମୁଣ୍ଡରେ ମୟୂର ଚୂଳ ଖୋସି ଅତି ସୁନ୍ଦର ଭାବରେ ନାଚ କରିଥାନ୍ତି।

ଘଣ୍ଟପାଟୁଆ ନାଚ

ଘଣ୍ଟପାଟୁଆ ନାଚ

କଟକ ଜିଲାରେ ଘଣ୍ଟପାଟୁଆ ନାଚ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ। ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ମା’ ଶାରଳା ଏବଂ ମା’ ମଙ୍ଗଳାଙ୍କ ମୂର୍ତ୍ତି ମୁଣ୍ଡରେ ଧରି ହାତରେ ଘଣ୍ଟ ବଜାଇ ପାଟୁଆମାନେ ନାଚିଥାନ୍ତି।

ଘୋଡ଼ାନାଚ

ଘୋଡ଼ାନାଚ

କଟକ ଜିଲାରେ ଘୋଡ଼ାନାଚ ମୁଖ୍ୟତଃ ଧୀବର ସମ୍ପ୍ରଦାୟ ଚୈତ୍ରମାସ ପୂର୍ଣ୍ଣିମାରେ କରିଥାନ୍ତି। ରାମାୟଣ କଥାବସ୍ତୁ ଉପରେ ଏହା ପର୍ଯ୍ୟବସିତ। ପ୍ରଭୁ ରାମଚନ୍ଦ୍ର ସରଯୂ ନଦୀପାର ହେବା ସମ୍ପର୍କରେ ବର୍ଣ୍ଣନା କରି ଘୋଡ଼ାନାଚ କରାଯାଇଥାଏ। ଜଣେ କିମ୍ବା ଦୁଇଜଣ ଲୋକ ଏଥିରେ ଅଂଶଗ୍ରହଣ କରି ବାଦ୍ୟଯନ୍ତ୍ରର ତାଳେତାଳେ ସୁନ୍ଦର ଭାବେ ନାଚ କରିଥାନ୍ତି।

 କଣ୍ଢେଇ ନାଚ

କଣ୍ଢେଇ ନାଚ

କଣ୍ଢେଇ ନାଚ କଟକ ଜିଲାର ଅନେକ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ। ପରଦା ପଛରେ ରହି ସୂତା ଦ୍ୱାରା କଣ୍ଢେଇକୁ ସୁନ୍ଦର ଭାବେ ନଚା ଯାଇଥାଏ। ରାମାୟଣ, ମହାଭାରତ ତଥା ବିଭିନ୍ନ ପୁରାଣର ବିଷୟବସ୍ତୁ ଉପରେ ଏହା ପର୍ଯ୍ୟବସିତ ହୋଇଥାଏ।