ଶ୍ରେଷ୍ଠ ପାଞ୍ଚ: ବୌଦ୍ଧର ପର୍ବପର୍ବାଣି

ପୁଅଜିଉନ୍ତିଆ ଓ ଭାଇଜିଉନ୍ତିଆ

ପୁଅଜିଉନ୍ତିଆ ଓ ଭାଇଜିଉନ୍ତିଆ

ପୁଅଜିଉନ୍ତିଆ ବୌଦ୍ଧର ଏକ ଲୋକପ୍ରିୟ ପର୍ବ। ମା’ମାନେ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରି ପ୍ରଭୁ ଦୂତିବାହାନଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ଏହାର ପରଦିନ ବିଭିନ୍ନ ପନିପରିବା ଦ୍ୱାରା ସ୍ବାଦିଷ୍ଟ ଘାଣ୍ଟ ତରକାରି ପ୍ରସ୍ତୁତ କରାଯାଇଥାଏ। ସେହିପରି ଦୁର୍ଗାପୂଜା ସମୟରେ ଶରତ ଶୁକ୍ଳପକ୍ଷ ଅଷ୍ଟମୀରେ ବୌଦ୍ଧରେ ଭାଇଜିଉନ୍ତିଆ ପର୍ବ ପାଳନ କରାଯାଇଥାଏ। ମହିଳାମାନେ ଏହି ଦିନ ଓଷା କରି ଭାଇମାନଙ୍କ ଦୀର୍ଘ ଜୀବନ ପାଇଁ ମା’ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି।

ରାମଲୀଳା

ରାମଲୀଳା

ଚୈତ୍ର ମାସ ଶୁକ୍ଳପକ୍ଷ ନବମୀରେ ବୌଦ୍ଧରେ ରାମଲୀଳା ଅନୁଷ୍ଠିତ ହୋଇଥାଏ। ରାମାୟଣର ବିଭିନ୍ନ କଥାବସ୍ତୁ ଉପରେ ରାମନବମୀ ଅବସରରେ ରାମଲୀଳା ଆୟୋଜନ କରାଯାଇଥାଏ। ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ।

ଶିବରାତ୍ରି

ଶିବରାତ୍ରି

ଫାଲଗୁନ୍‌ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ବୌଦ୍ଧରେ ମହାଆଡ଼ମ୍ବରରେ ଶିବରାତ୍ରି ପାଳିତ ହୋଇଥାଏ। ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଦୀପ ଜଳାଇଥାନ୍ତି।

ଦୁର୍ଗାପୂଜା

ଦୁର୍ଗାପୂଜା

ଆଶ୍ୱିନ ମାସରେ ବୌଦ୍ଧ ଜିଲାରେ ମା’ ଜଗଦମ୍ବାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ବୌଦ୍ଧ ସହର ସମେତ ପୁରୁଣା କଟକରେ ଆନନ୍ଦ ଉଲ୍ଲାସ ସହିତ ଦୁର୍ଗାପୂଜା ପାଳିତ ହୋଇଥାଏ।

ଲକ୍ଷ୍ମୀପୂଜା

ଲକ୍ଷ୍ମୀପୂଜା

ମାର୍ଗଶିର ମାସ ଗୁରୁବାରରେ ବୌଦ୍ଧ ଜିଲାରେ ଘରେ ଘରେ ମା’ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଗୃହିଣୀମାନେ ଝୋଟି ଚିତା ଘରେ ପକାଇଥାନ୍ତି। ଅନେକଙ୍କ ଘରେ ମାଣ ବସିଥାଏ। ଏହି ଅବସରରେ ପିଠାପଣା ବଣ୍ଟା ହୋଇଥାଏ।