ଶ୍ରେଷ୍ଠ ପାଞ୍ଚ: କଟକର ଯାତ୍ରା

ବାଲିଯାତ୍ରା

ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାଠାରୁ କଟକରେ ଆୟୋଜିତ ହୋଇଥାଏ ବାଲିଯାତ୍ରା। ଏହା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥାଏ। ଏଠାରେ ଅନେକ ପ୍ରକାର ଦ୍ରବ୍ୟର କିଣାବିକା ହୋଇଥାଏ। ବାଲିଯାତ୍ରାରେ ଠୁଙ୍କାପୁରି, ଦହିବରା ଆଳୁଦମ୍‌, ଚାଟ୍‌ ଷ୍ଟଲରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳିଥାଏ।

ଖୁଦୁରୁକୁଣୀ ଯାତ୍ରା

ଖୁଦୁରୁକୁଣୀ ଯାତ୍ରା

କଟକ ଭୂଗ୍ରାମ ଅଞ୍ଚଳରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ଖୁଦୁରୁକୁଣୀ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ। ମା’ମଙ୍ଗଳାଙ୍କ ମେଢ ବିଭିନ୍ନ ସ୍ଥାନରେ ବିସର୍ଜନ କରାଯାଇଥାଏ।

ଅଷ୍ଟଶମ୍ଭୁ ଯାତ୍ରା

ଅଷ୍ଟଶମ୍ଭୁ ଯାତ୍ରା

କଟକ ନରସିଂହପୁରରେ ଚମ୍ପାନାଥ ପୀଠରେ ଶିବରାତ୍ରି ଅବସରରେ ଅଷ୍ଟଶମ୍ଭୁ ଯାତ୍ରା ପାଳିତ ହୋଇଥାଏ। ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ। ଏଠାରେ ଥିବା ଏକ ପୋଖରୀରେ ଅନେକ କଇଁଛ ରହିଛନ୍ତି। କଇଁଛ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ରଥଯାତ୍ରା

ରଥଯାତ୍ରା

କଟକ ଜିଲାର ଆଠଗଡ଼, ଦୋଳମୁଣ୍ଡାଇ, ସାଲେପୁର ଆଦି ଅଞ୍ଚଳରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କଟକ ଦୋଳମୁଣ୍ଡାଇ ମନ୍ଦିରରୁ ଚାନ୍ଦିନଚୌକ ମନ୍ଦିର ପର୍ଯ୍ୟନ୍ତ ରଥଟଣା ହୋଇଥାଏ।

ଦୋଳ ଯାତ୍ରା

ଦୋଳ ଯାତ୍ରା

ଚୈତ୍ର ମାସରେ କଟକରେ ପାଳିତ ହୋଇଥାଏ ଦୋଳଯାତ୍ରା। ଫଗୁ ପୂର୍ଣ୍ଣିମାଠାରୁ ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଏହା ପାଳିତ ହୋଇଥାଏ। ରାଧା-କୃଷ୍ଣଙ୍କୁ ବିମାନରେ ବସାଇ ଶ୍ରଦ୍ଧାଳୁମାନେ ମେଳଣ ହେଉଥିବା ପଡ଼ିଆରେ ଏକତ୍ରିତ ହୋଇଥାନ୍ତି। ମେଳଣ ପଡ଼ିଆଠାରେ ଏହି ଅବସରରେ ମେଳା ଲାଗିଥାଏ।