ଶ୍ରେଷ୍ଠ ପାଞ୍ଚ: କଟକ ଜିଲାର ଶକ୍ତିପୀଠ

ଭଟ୍ଟାରିକା

ଭଟ୍ଟାରିକା

କଟକ ଜିଲା ଆଠଗଡ଼ ବଡମ୍ବାର ସାସଙ୍ଗ ଗାଁରେ ରହିଛି ମା’ ଭଟ୍ଟାରିକାଙ୍କ ଶକ୍ତିପୀଠ। ମହାନଦୀ କୂଳରେ ଥିବା ଏହି ମନ୍ଦିରରେ ନବରାତ୍ର ପାଳିତ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ସୁଅ ଏଠାକୁ ଛୁଟିଥାଏ। ମା’ଙ୍କ ଅପାର ମହିମା ରହିଛି ବୋଲି ଶ୍ରଦ୍ଧାଳୁ କୁହନ୍ତି।

ଚର୍ଚ୍ଚିକା

ଚର୍ଚ୍ଚିକା

କଟକଠାରୁ ୫୨ କିଲୋମିଟର ଦୂରରେ ମହାନଦୀ କୂଳରେ ରହିଛି ମା’ ଚର୍ଚ୍ଚିକାଙ୍କ ଶକ୍ତିପୀଠ। ଓଡ଼ିଶାରେ ଥିବା ୮ଟି ଶକ୍ତି ପୀଠ ମଧ୍ୟରୁ ଏହା ଅନ୍ୟତମ। ଶାରଦୀୟ ଦୁର୍ଗା ପୂଜା ଅବସରରେ ମନ୍ଦିରରେ ମା’ଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ମା’ ଚର୍ଚ୍ଚିକା ଭାରି ପ୍ରତ୍ୟକ୍ଷ ବୋଲି ଶ୍ରଦ୍ଧାଳୁ କୁହନ୍ତି।

କଟକ ଚଣ୍ଡୀ

କଟକ ଚଣ୍ଡୀ

କଟକ ସହରରେ ରହିଛି ମା’ କଟକ ଚଣ୍ଡୀଙ୍କ ପ୍ରସିଦ୍ଧ ମନ୍ଦିର। ଏହି ଶକ୍ତିପୀଠରେ ଦୁର୍ଗାପୂଜା ଓ କାଳୀପୂଜା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ। ମା’ଙ୍କର ବିଭିନ୍ନ ବେଶ ଓ ନୀତି ମଧ୍ୟ ଏହି ଅବସରରେ ସମ୍ପନ୍ନ ହୋଇଥାଏ। ମା’ଙ୍କ ଚାରିଟି ହସ୍ତ ରହିଛି। ଦୁଇଟି ହସ୍ତରେ ପାଶ ଓ ଅଙ୍କୁଶ ଧରିଥିବାବେଳେ ଅନ୍ୟ ଦୁଇ ହସ୍ତ ଅଭୟ ଓ ବର ମୁଦ୍ରାରେ ରହିଛି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଗହଳି ହୋଇଥାଏ।

ଦୁର୍ଗା ମନ୍ଦିର

ଦୁର୍ଗା ମନ୍ଦିର

କଟକ ଜିଲାର ବୈଦେଶ୍ୱର ନିକଟସ୍ଥ କଳାପଥର ଛକରେ ରହିଛି ମା’ ଦୁର୍ଗାଙ୍କ ଶକ୍ତିପୀଠ। ଏହି ମନ୍ଦିର ୮ମ ଶତାବ୍ଦୀରେ ଭୌମକାର ଶାସନ ସମୟରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ଏଠାରେ ମା’ ଅଷ୍ଟଭୁଜାଙ୍କର ଭବ୍ୟ ମୂର୍ତ୍ତି ରହିଛି।

ଗଡ଼ଚଣ୍ଡୀ

ଗଡ଼ଚଣ୍ଡୀ

କଟକ ସହର ବାରବାଟୀ ଦୁର୍ଗ ପରିସରରେ ରହିଛି ମା’ ଗଡ଼ଚଣ୍ଡୀଙ୍କ ଶକ୍ତିପୀଠ। ଏହା କଟକର ସର୍ବପୁରାତନ ମନ୍ଦିର ବୋଲି ଅନୁମାନ କରାଯାଏ। ମା’ ଗଡ଼ଚଣ୍ଡୀ ଶତ୍ରୁ କବଳରୁ ଦୁର୍ଗକୁ ରକ୍ଷା କରୁଥିବାର ଶ୍ରଦ୍ଧାଳୁ କହିଥାନ୍ତି। ମା’ଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣିରେ ଗହଳି ହୋଇଥାଏ।