ଶ୍ରେଷ୍ଠ ପାଞ୍ଚ: ବଲାଙ୍ଗୀରର ଦେବୀ ମନ୍ଦିର

ପାଟଣେଶ୍ୱରୀ

ପାଟଣେଶ୍ୱରୀ

ବଲାଙ୍ଗୀର ପାଟଣାଗଡ଼ରେ ରହିଛି ମା’ ପାଟଣେଶ୍ୱରୀଙ୍କ ମନ୍ଦିର। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଗହଳି ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମା’ଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

 ମା’ ସନ୍ତୋଷୀ

ମା’ ସନ୍ତୋଷୀ

ବଲାଙ୍ଗୀରରେ ରହିଛି ମା’ ସନ୍ତୋଷୀଙ୍କ ମନ୍ଦିର। ପ୍ରତି ଶୁକ୍ରବାର ମନ୍ଦିରରେ ମା’ଙ୍କର ସ୍ବନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ମାନସିକ ପୂରଣ ପରେ ମାନସିକଧାରୀ ମା’ ପାଖରେ ପୂଜାର୍ଚ୍ଚନା କରିଥାନ୍ତି।

ସମେଲଶ୍ୱରୀ ମନ୍ଦିର

ସମେଲଶ୍ୱରୀ ମନ୍ଦିର

ବଲାଙ୍ଗୀରରେ ରହିଛି ମା’ ସମଲେଶ୍ୱରୀଙ୍କ ମନ୍ଦିର। ନୂଆଁଖାଇ ସମୟରେ ମା’ଙ୍କର ସ୍ବତନ୍ତ୍ର ପୂଜା ହେବା ସହିତ ନର୍ବାନ୍ନ ଲାଗି ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମା’ଙ୍କର ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ।

 ମାଉସୀ ମା’ ମନ୍ଦିର

ମାଉସୀ ମା’ ମନ୍ଦିର

ବଲାଙ୍ଗୀରରେ ରହିଛି ମାଉସୀ ମା’ ମନ୍ଦିର। ରଥଯାତ୍ରା ସମୟରେ ଏଠାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ହୋଇଥାଏ। ମନ୍ଦିରରେ ରଥାଯାତ୍ରା ସମୟରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ଶ୍ୟାମାକାଳୀ

ଶ୍ୟାମାକାଳୀ

ବଲାଙ୍ଗୀର ରୁଗୁଡିପଡ଼ାରେ ରହିଛି ମା’ ଶ୍ୟମାକାଳୀଙ୍କ ମନ୍ଦିର। କାଳୀପୂଜାରେ ମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି।