ଶ୍ରେଷ୍ଠ ପାଞ୍ଚ: ବଲାଙ୍ଗୀରର ପର୍ବପର୍ବାଣି

ସୁଲିଆ ଯାତ୍ରା

ସୁଲିଆ ଯାତ୍ରା

ସୁଲିଆ ଯାତ୍ରା ବଲାଙ୍ଗୀରର ଏକ ଲୋକପ୍ରିୟ ପର୍ବ। ଏହି ଅବସରରେ ଖଇରାଗୁଡ଼ା ବଡ଼ଖଳାସ୍ଥିତ ସୁଲିଆ ପୀଠରେ ବଳି ପଡ଼ିଥାଏ। ସେହିପରି କୁମୁରିଆ ସାନଖଳାରେ ମଧ୍ୟ ବଳି ପଡ଼ିଥାଏ। ମାନସିକଧାରୀ ମା’ଙ୍କ କରୁଣା ଲାଭ ପାଇଁ ଏପରି କରୁଥିବା ବିଶ୍ୱାସ କରାଯାଇଥାଏ।

ଭାଇଜିଉନ୍ତିଆ

ଭାଇଜିଉନ୍ତିଆ

ଦୁର୍ଗାପୂଜା ସମୟରେ ଶରତ ଶୁକ୍ଳପକ୍ଷ ଅଷ୍ଟମୀରେ ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ଭାଇଜିଉନ୍ତିଆ ପର୍ବ ପାଳନ କରାଯାଇଥାଏ। ମହିଳାମାନେ ଏହି ଦିନ ଓଷା କରି ଭାଇମାନଙ୍କ ଦୀର୍ଘ ଜୀବନ ପାଇଁ ମା’ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି।

ଶିବରାତ୍ରି ମେଳା

ଶିବରାତ୍ରି ମେଳା

ଶିବରାତ୍ରିରେ ବଲାଙ୍ଗୀରର ବିଭିନ୍ନ ଶୈବ ପୀଠରେ ମେଳା ଲାଗିଥାଏ। ଟିଟିଲାଗଡ଼, ହୁମା ଓ ପାଟଣାଗଡ଼ରେ ଥିବା ଶୈବପୀଠରେ ଠାକୁରଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ଶ୍ରାବଣ ପୂର୍ଣ୍ଣିମା ମେଳା

ଶ୍ରାବଣ ପୂର୍ଣ୍ଣିମା ମେଳା

ଶ୍ରାବଣ ପୂର୍ଣ୍ଣିମାରେ ଟିଟିଲାଗଡ଼ ନିକଟସ୍ଥ ହରିଶଙ୍କର ଏବଂ ବେଲଖଣ୍ଡିରେ ପ୍ରଭୁ ମହଦେବଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଏଠାରେ ପ୍ରଭୁ ଶିବ ଶଙ୍କରଙ୍କୁ ଜଳଲାଗି ପାଇଁ ଶ୍ରଦ୍ଧାଳୁ କେଉଁ ଦୂର ଦୂରାନ୍ତରୁ ଆସିଥାନ୍ତି।

ପୁଅଜିଉନ୍ତିଆ

ପୁଅଜିଉନ୍ତିଆ

ପୁଅଜିଉନ୍ତିଆ ବଲାଙ୍ଗୀରର ଏକ ଲୋକପ୍ରିୟ ପର୍ବ। ମା’ମାନେ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରି ପ୍ରଭୁ ଦୁତିବାହାନଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ଏହାର ପରଦିନ ବିଭିନ୍ନ ପନିପରିବା ଦ୍ୱାରା ସ୍ବାଦିଷ୍ଟ ଘାଣ୍ଟ ତରକାରି ପ୍ରସ୍ତୁତ କରାଯାଇଥାଏ।