ଶ୍ରେଷ୍ଠ ପାଞ୍ଚ: ଅନୁଗୋଳର ଶକ୍ତିପୀଠ

ବୁଢ଼ୀ ଠାକୁରାଣୀ

ବୁଢ଼ୀ ଠାକୁରାଣୀ

ଅନୁଗୋଳ ସହର ମଝିରେ ଥିବା ସୁନାଶଗଡ଼ ପାହାଡ଼ରେ ରହିଛି ମା’ ବୁଢ଼ୀ ଠାକୁରାଣୀଙ୍କ ଶକ୍ତିପୀଠ। ମା’ଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ। ମା’ ଆଦିବାସୀ ସମ୍ପ୍ରଦାୟଙ୍କ ଦ୍ୱାରା ପୂଜିତା ହୋଇଥାନ୍ତି। ବିଭିନ୍ନ ପର୍ବପର୍ବାଣିରେ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମା’ଙ୍କ ମହିମା ଅପାର ବୋଲି ଲୋକେ କହିଥାନ୍ତି।

ବାଟ ବାୟାଣୀ

ବାଟ ବାୟାଣୀ

ଅନୁଗୋଳରେ ରହିଛି ମା’ ବାଟ ବାୟାଣୀଙ୍କ ଶକ୍ତିପୀଠ। ଛେଣ୍ଡିପଦାଠାରୁ ୧୭ କିଲୋମିଟର ଗଡାମଣ୍ଡଳ-ପାତ୍ରପଡ଼ା ରାସ୍ତାରେ ଜଙ୍ଗଲ ଭିତରେ ରହିଛି ମା’ଙ୍କ ପୀଠ। ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲ୍‌ରେ ଏଠାରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ରାମଚଣ୍ଡୀ

ରାମଚଣ୍ଡୀ

ଅନୁଗୋଳ ସହରଠାରୁ ୨୮ କିଲୋମିଟର କୋସଳା ଗ୍ରାମରେ ରହିଛି ମା’ ରାମଚଣ୍ଡୀଙ୍କ ଶକ୍ତିପୀଠ। ମା’ଙ୍କ ଅପାର ମହିମା ବୋଲି ଶ୍ରଦ୍ଧାଳୁମାନେ କହିଥାନ୍ତି। ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ୱିତୀୟାରେ ମା’ଙ୍କର କାଦୁଲି ଯାତ୍ରା ପାଳିତ ହୋଇଥାଏ। ନିଃସନ୍ତାନ ମହିଳା ମା’ଙ୍କ କୃପାରୁ ସନ୍ତାନ ଲାଭ କରିଥାନ୍ତି ବୋଲି ଲୋକେ କହିଥାନ୍ତି।

ହିଙ୍ଗୁଳା

ହିଙ୍ଗୁଳା

ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ଗୋପାଳପ୍ରସାଦରେ ରହିଛି ମା’ ହିଙ୍ଗୁଳାଙ୍କ ଶକ୍ତିପୀଠ। ଏଠାରେ ସତୀଙ୍କ ବ୍ରହ୍ମରନ୍ଧ୍ର ପଡିଥିବାର ପୁରାଣରେ ବର୍ଣ୍ଣନା କରାଯାଇଛି। ଶରତ ଓ ବସନ୍ତ ମାସରେ ମା’ଙ୍କ ପୀଠରେ ନବରାତ୍ର ଉତ୍ସବ ପାଳିତ ହୋଇଥାଏ। ଏହାକୁ ଯଥାକ୍ରମେ ଶାରଦୀୟ ନବରାତ୍ର ଓ ବାସନ୍ତିକ ନବରାତ୍ର କୁହାଯାଇଥାଏ।

 ଲୋଭୀ ଠାକୁରାଣୀ

ଲୋଭୀ ଠାକୁରାଣୀ

ଅନୁଗୋଳ ସହରଠାରୁ ୧୩ କିଲୋମିଟର ଗରହସାନ୍ତ୍ରେ ଓ ତୁଳସୀପାଳ ଗ୍ରାମ ମଧ୍ୟରେ ରହିଛି ମା’ ଲୋଭୀ ଠାକୁରାଣୀଙ୍କ ଶକ୍ତିପୀଠ। ପ୍ରତିବର୍ଷ କାର୍ତ୍ତିକ ମାସରେ ମା’ଙ୍କ ପୀଠରେ ଉତ୍ସବ ପାଳିତ ହୋଇଥାଏ। ମା’ଙ୍କ ଅପାର ମହିମା ରହିଛି ବୋଲି ଶ୍ରଦ୍ଧାଳୁମାନେ କହିଥାନ୍ତି। ବିଭିନ୍ନ ପର୍ବପର୍ବାଣିରେ ମା’ଙ୍କ ପୀଠରେ ଗହଳି ହୋଇଥାଏ।