ଶ୍ରେଷ୍ଠ ପାଞ୍ଚ: ବରଗଡ଼ ଜିଲାର ପର୍ବପର୍ବାଣି

ଧନୁଯାତ୍ରା

ଧନୁଯାତ୍ରା

ଧନୁଯାତ୍ରା ବରଗଡ଼ ଜିଲାର ଏକ ଲୋକପ୍ରିୟ ପର୍ବ। ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ୧୧ ଦିନିଆ ପର୍ବ ଆନନ୍ଦ ଉଲ୍ଳାସ ସହିତ ପାଳିତ ହୋଇଥାଏ। ପୌଷ ଶୁକ୍ଳ ଚତୁର୍ଥୀଠାରୁ ଏହି ଲୋକପ୍ରିୟ ଯାତ୍ରା ଆରମ୍ଭ ହୋଇ ପୌଷ ପୂର୍ଣ୍ଣମୀରେ ଶେଷ ହୋଇଥାଏ। ୫ ବର୍ଗ କିଲୋମିଟର ପରିସର ଅଞ୍ଚଳରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ବରଗଡ଼କୁ ମଥୁରା, ଅମ୍ବାପଲିକୁ ଗୋପପୁର ତଥା ସ୍ଥାନୀୟ ଜିରା ନଦୀକୁ ଯମୁନା ନଦୀ ଭାବେ ଏହି ଯାତ୍ରାରେ ଅଭିହିତ କରାଯାଇଥାଏ।

ନୂଆଁଖାଇ

ନୂଆଁଖାଇ

ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ । ଏହା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ। ବରଗଡ଼ ଜିଲାରେ ଏହି ପର୍ବ ବେଶ୍‌ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ। ଏହିଦିନ ନବାନ୍ନ ଭକ୍ଷଣ କରାଯାଇଥାଏ। ଏହି ଅବସରରେ ବେହରନ୍‌, ଲଗ୍ନ ଦେଖା, ଡକାହକା, ସଫା ସୁତୁରା, ଘିନା ବିକା, ନୂଆ ଧାନ୍‌ ଖୁଜା, ବଳି ପକା, ନୂଆଁଖାଇ ଏବଂ ଜୁହାର ଭେଟ୍‌ ଆଦି ୯ଟି କାମ କରାଯାଇଥାଏ। ଅତି ଆନନ୍ଦ ଉଲ୍ଲାସରେ ଏହା ପାଳିତ ହୋଇଥାଏ।

ଶୀତଳଷଷ୍ଠୀ

ଶୀତଳଷଷ୍ଠୀ

ବରଗଡ଼ ଜିଲା ବରପାଲିରେ ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ତିଥିରେ ଶୀତଳଷଷ୍ଠୀ ପର୍ବ ପାଳିତ ହୋଇଥାଏ। ଏହି ପର୍ବରେ ମାତା ପାର୍ବତୀ ଓ ପ୍ରଭୁ ମହାଦେବଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ଚୌହ୍ବାନ ବଂଶ ରାଜାଙ୍କ ରାଜୁତି କାଳରେ ଏହି ପର୍ବ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ। ଅତି ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳିତ ହୋଇଥାଏ। ଏହି ଅବସରରେ ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ କରାଯାଇଥାଏ।

ଶ୍ୟାମାକାଳୀ ପୂଜା

ଶ୍ୟାମାକାଳୀ ପୂଜା

ବରଗଡ଼ ଜିଲାର ମା’ ଶ୍ୟାମାକାଳୀଙ୍କ ପୂଜା ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ପୂଜା ଅବସରରେ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ପୂଜା ପୀଠ ତଥା ମନ୍ଦିରରେ ମା’ଙ୍କର ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଅନେକ ପୀଠରେ ଲାଉ, ପାଣିକଖାରୁ, କାକୁଡ଼ି ଆଦି ବଳି ଦିଆଯାଇଥାଏ।

ବୈଶାଖୀ ମେଳା

ବୈଶାଖୀ ମେଳା

ବରଗଡ଼ ଜିଲାରେ ନୃସିଂହନାଥଙ୍କ ବୈଶାଖୀ ମେଳା ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। କେହି କେହି ଏହାକୁ ନୃସିଂହନାଥ ଯାତ୍ରା କହିଥାନ୍ତି। ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀବିଷ୍ଣୁ ମାର୍ଜାରକେଶରୀ ନୃସିଂହ ଭାବେ ପୂଜା ପାଉଛନ୍ତି। ନୃସିଂହ ଚତୁର୍ଦ୍ଦଶୀରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ।