ଶ୍ରେଷ୍ଠ ପାଞ୍ଚ: ଅନୁଗୋଳର ପର୍ବପର୍ବାଣି

ବିଙ୍କେଇ ଯାତ୍ରା

ବିଙ୍କେଇ ଯାତ୍ରା

ଦୋଳପୂର୍ଣ୍ଣିମାର ୧୦ ଦିନ ପରେ ଅନୁଗୋଳରେ ବିଙ୍କେଇ ଯାତ୍ରା ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ। ମା’ ବିଙ୍କେଇଙ୍କର ଏହି ଯାତ୍ରା ୩ ଦିନ ଧରି ପାଳିତ ହୋଇଥାଏ। ମା’ଙ୍କ ପୀଠ ନିକଟରେ ମେଳା ଲାଗିଥାଏ। ସୁଖ ଶାନ୍ତି ଓ ସମୃଦ୍ଧି କାମନା କରି ଶ୍ରଦ୍ଧାଳୁ ମା’ଙ୍କୁ ଆରାଧନା କରିଥାନ୍ତି।

ଗଣେଶ ପୂଜା

ଗଣେଶ ପୂଜା

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ପ୍ରଭୁ ବିନାୟକଙ୍କର ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଅନୁଗୋଳର ବିଭିନ୍ନ ସ୍କୁଲ, କଲେଜ, ବ୍ୟବସାୟିକ ସଂସ୍ଥାରେ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଇଥାଏ। ଅନୁଗୋଳରେ ଗଣେଶ ପୂଜା ୧୧ ଧରି ପାଳିତ ହୋଇଥାଏ। ତାଳଚେରରେ ଅତି ଆନନ୍ଦ ଉଲ୍ଲାସରେ ଏହି ପୂଜାର ଆୟୋଜନ କରାଯାଇଥାଏ।

ହିଙ୍ଗୁଳା ଯାତ୍ରା

ହିଙ୍ଗୁଳା ଯାତ୍ରା

ଅନୁଗୋଳ ଜିଲାର ତାଳଚେର ସବ୍‌-ଡିଭିଜନର ଗୋପାଳପ୍ରସାଦ ନିକଟରେ ଥିବା ହିଙ୍ଗୁଳା ଠାକୁରାଣୀଙ୍କ ପୀଠରେ ହିଙ୍ଗୁଳା ଯାତ୍ରା ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ। ଓଡ଼ିଆ ପାଞ୍ଜି ଅନୁସାରେ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାତ୍ରା ଅବସରରେ ମା’ଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଅନୁଗୋଳ ଜିଲାରେ ଅକ୍ଷୟ ତୃତୀୟ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଦିନ କୃଷକମାନେ ଅକ୍ଷି ମୁଠି ଅନୁକୂଳ କରିଥାନ୍ତି। ସେହିପରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଏହି ଦିନଠାରୁ ଆରମ୍ଭ ହୋଇଥାଏ। ଏହି ଅବସରରେ ଜିଲାର ପୁରପଲ୍ଲୀରେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ।

ବିଶ୍ୱକର୍ମା ପୂଜା

ବିଶ୍ୱକର୍ମା ପୂଜା

ଅନୁଗୋଳରେ ବିଶ୍ୱକର୍ମା ପୂଜା ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ ହୋଇଥାଏ। ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କୁ ବିଭିନ୍ନ ମଣ୍ଡପରେ ପୂଜା କରାଯାଇଥାଏ। କେତେକ ମଣ୍ଡପ ନିକଟରେ ମେଳା ମଧ୍ୟ ଲାଗିଥାଏ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri