ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ନାଟ୍ୟ ଚେତନା ଅନୁଷ୍ଠାନ

ଶତାବ୍ଦୀର କଳାକାର

ଶତାବ୍ଦୀର କଳାକାର

ଶତାବ୍ଦୀର କଳାକାର ନାଟ୍ୟ ଚେତନା ଅନୁଷ୍ଠାନ ଭୁବନେଶ୍ୱର ଭୌମ ନଗର ୪ ନମ୍ବର ମାର୍କେଟ ନିକଟରେ ରହିଛି। ଏହା ୧୯୭୬ ଏପ୍ରିଲ୍‌ ୧୮ରେ ସ୍ଥାପିତ ହୋଇଥିଲା। ଏହି ନାଟ୍ୟ ଅନୁଷ୍ଠାନ ୧୯୭୭ରେ ପଞ୍ଜୀକରଣ ହୋଇଥିଲା। ଏଠାରେ ମଞ୍ଚ ନାଟକ ସମ୍ପର୍କରେ ଶିକ୍ଷାଦାନ କରାଯାଇଥାଏ।

ରଙ୍ଗମଞ୍ଚ

ରଙ୍ଗମଞ୍ଚ

ନାଟ୍ୟ ଚେତନା ଅନୁଷ୍ଠାନ ମଧ୍ୟରେ ରାଉରକେଲାର ରଙ୍ଗମଞ୍ଚ ଅନୁଷ୍ଠାନ ବେଶ୍‌ ପରିଚିତି ହାସଲ କରିପାରିଛି। ଏଠାରେ ଶିକ୍ଷାର୍ଥୀଙ୍କୁ ଅଭିନୟ ସମ୍ପର୍କରେ ବହୁବିଧ ଶିକ୍ଷା ପ୍ରଦାନ କରାଯାଇଥାଏ।

ମନନ

ମନନ

ମନନ ନାଟ୍ୟ ସଂସ୍ଥା ୧୯୭୯ରେ ସ୍ଥାପିତ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍‌ କଲୋନୀଠାରେ ରହିଛି। ଜିଲା, ରାଜ୍ୟ ତଥା ଜାତୀୟସ୍ତରୀୟ ବିଭିନ୍ନ ମଞ୍ଚ ଅଭିନୟରେ ଏହି ସଂସ୍ଥାର କଳାକାର ଅଂଶଗ୍ରହଣ କରିଥାନ୍ତି।

ଭୂମିକା

ଭୂମିକା

ବଲାଙ୍ଗୀରରେ ରହିଛି ଭୂମିକା ସାଂସ୍କୃତିକ ଅନୁଷ୍ଠାନ। ଏହି ଅନୁଷ୍ଠାନ ଲୁକ୍କାୟିତ କଳାକାର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜିଲା, ରାଜ୍ୟ ତଥା ଜାତୀୟସ୍ତରରେ ଏହା ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥାଏ।

 ସ୍ପନ୍ଦନ

ସ୍ପନ୍ଦନ

ପଟ୍ଟାମୁଣ୍ଡାଇରେ ରହିଛି ନାଟ୍ୟ ଚେତନା ଅନୁଷ୍ଠାନ ସ୍ପନ୍ଦନ। ଏହା ମଞ୍ଚ ଅଭିନୟ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରାଇବା ସହିତ ସେମାନଙ୍କର ସୃଜନୀ ପ୍ରତିଭାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।