ଶ୍ରେଷ୍ଠ ପାଞ୍ଚ: ସୁନ୍ଦରଗଡ଼ ଜିଲାର ପର୍ଯ୍ୟଟନସ୍ଥଳୀ

ବେଦବ୍ୟାସ ମନ୍ଦିର

ବେଦବ୍ୟାସ ମନ୍ଦିର

ସୁନ୍ଦରଗଡ଼ ଜିଲା ରାଉରକେଲା ନିକଟରେ ବେଦବ୍ୟାସ ମନ୍ଦିର ରହିଛି। ଏହା ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ଏଠାରେ ମହର୍ଷି ବେଦବ୍ୟାସ ମହାଭାରତ ରଚନା କରିଥିବା ସମ୍ପର୍କରେ ମହାଭାରତରେ ବର୍ଣ୍ଣନା କରାଯାଇଛି। ପର୍ଯ୍ୟଟନ ଋତୁରେ ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ବୈଷ୍ଣୋଦେବୀ ମନ୍ଦିର

ବୈଷ୍ଣୋଦେବୀ ମନ୍ଦିର

ସୁନ୍ଦରଗଡ଼ ଜିଲା ଦୁର୍ଗାପୁର ପାହାଡ଼ରେ ରହିଛି ମାତା ବୈଷ୍ଣୋଦେବୀଙ୍କ ମନ୍ଦିର। ଏଠାରେ ଦୁର୍ଗାପୂଜା ଓ କାଳୀପୂଜା ଅତି ଆଡମ୍ବର ସହକାରେ ପାଳିତ ହୋଇଥାଏ। ବର୍ଷସାରା ଏଠାକୁ ଶ୍ରଦ୍ଧାଳୁଙ୍କ ଗହଳିି ଲାଗି ରହିଥାଏ।

 ଖଣ୍ଡାଧାର ଜଳପ୍ରପାତ

ଖଣ୍ଡାଧାର ଜଳପ୍ରପାତ

ସୁନ୍ଦରଗଡ଼ ଜିଲାର ରାଉରକେଲାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ସୁନ୍ଦର ଖଣ୍ଡାଧାର ଜଳପ୍ରପାତ। ଏହା ନିକଟରେ ବଣଭୋଜି ପାଇଁ ସୁନ୍ଦର ପରିବେଶ ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

ହନୁମାନ ବାଟିକା

ହନୁମାନ ବାଟିକା

ସୁନ୍ଦରଗଡ଼ ଜିଲାର ରାଉରକେଲାରେ ରହିଛି ହନୁମାନ ବାଟିକା। ଏଠାରେ ୭୫ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି ରହିଛି। ବର୍ଷ ସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ରହିଥାଏ। ପର୍ଯ୍ୟଟନ ଋତୁରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

ସୁଖ ମହାଦେବ ମନ୍ଦିର

ସୁଖ ମହାଦେବ ମନ୍ଦିର

ସୁନ୍ଦରଗଡ଼ ଜିଲାରେ ରହିଛି ପ୍ରାଚୀନ ସୁଖ ମହାଦେବ ମନ୍ଦିର। ରାଉରକେଲାଠାରୁ ବେଦବ୍ୟାସ ଯିବା ବାଟରେ ରାସ୍ତା ପାର୍ଶ୍ୱରେ ରହିଛି ସରବାହଲ ଗ୍ରାମ। ଏହି ଗ୍ରାମରେ ସୁଖ ମହାଦେବଙ୍କର ପ୍ରାଚୀନ ମନ୍ଦିର ରହିଛି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଜାଗରରେ ମନ୍ଦିରରେ ମହାଦେବଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।