ଶ୍ରେଷ୍ଠ ପାଞ୍ଚ: ସୋନପୁର ଜିଲାର ପର୍ଯ୍ୟଟନସ୍ଥଳୀ

ଶଶିସେନା ମନ୍ଦିର

ଶଶିସେନା ମନ୍ଦିର

ସୋନପୁର ଜିଲାରେ ରହିଛି ଶଶିସେନା ମନ୍ଦିର। ଅମରାବତୀ ରାଜକନ୍ୟାଙ୍କ ପ୍ରେମର ସ୍ମୃତି ସୌଧ ଭାବେ ଏହି ମନ୍ଦିରକୁ ପରିଗଣିତ କରାଯାଇଥାଏ। ରାଜକନ୍ୟା ମନ୍ତ୍ରୀଙ୍କ ପୁତ୍ର ଅହିମାଣିକ୍ୟଙ୍କୁ ଭଲ ପାଉଥିଲେ ବୋଲି ଇତିହାସରେ ବର୍ଣ୍ଣନା କରାଯାଇଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ସୁରେଶ୍ୱରୀ ମନ୍ଦିର

ସୁରେଶ୍ୱରୀ ମନ୍ଦିର

ସୋନପୁର ଜିଲାରେ ରହିଛି ସୁରେଶ୍ୱରୀ ମନ୍ଦିର। ଏହାଏକ ପ୍ରାଚୀନ ଶକ୍ତିପୀଠ। ମନ୍ଦିରରେ ପ୍ରଭୁ ପର୍ଶୁରାମଙ୍କ ସହିତ ମାତା ସୁରେଶ୍ୱରୀଙ୍କୁ ପୂଜା କରାଯାଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ଦୁର୍ଗାପୂଜା, କାଳିପୂଜାରେ ମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ରାମେଶ୍ୱର ମନ୍ଦିର

ରାମେଶ୍ୱର ମନ୍ଦିର

ସୋନପୁର ଜିଲାରେ ରହିଛି ପ୍ରଭୁ ରାମେଶ୍ୱରଙ୍କ ମନ୍ଦିର। ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳରେ ଏହି ମନ୍ଦିର ରହିଛି। ମନ୍ଦିରରେ ପୂଜା ପାଉଥିବା ଲିଙ୍ଗ ଅତି ପ୍ରାଚୀନ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ମନ୍ଦିରରେ ମାତା ପାର୍ବତୀ, ପ୍ରଭୁ କାର୍ତ୍ତିକେୟ ଓ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଇଥାଏ। ମନ୍ଦିର ନିକଟରେ ଦଶଭୁଜା ମା’ ଦୁର୍ଗାଙ୍କର ମନ୍ଦିର ରହିଛି।

କୋଶଳେଶ୍ୱର ମନ୍ଦିର

କୋଶଳେଶ୍ୱର ମନ୍ଦିର

ସୋନପୁର ଜିଲା ବୈଦ୍ୟନାଥରେ ରହିଛି ପ୍ରଭୁ କୋଶଳେଶ୍ୱରଙ୍କ ମନ୍ଦିର। ତେଲନଦୀ କୂଳରେ ଏହି ପ୍ରାଚୀନ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ନିର୍ମାଣ ୭ଶହ ଶତାବ୍ଦୀରେ ହୋଇଥିବାର ଅନୁମାନ କରାଯାଏ। ମନ୍ଦିର ପ୍ରବେଶ ଦ୍ୱାରରେ ନବଗ୍ରହଙ୍କ ମୂର୍ତ୍ତି ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ।

ଖମ୍ବେଶ୍ୱରୀ ମନ୍ଦିର

ଖମ୍ବେଶ୍ୱରୀ ମନ୍ଦିର

ସୋନପୁର ଜିଲାରେ ରହିଛି ଖମ୍ବେଶ୍ୱରୀ ମନ୍ଦିର। ମା’ଙ୍କୁ ବନଦୁର୍ଗାଙ୍କ ପ୍ରତିରୂପ ଭାବେ ପୂଜା କରାଯାଇଥାଏ। ଏହି ମନ୍ଦିର ରାଜାରାଜ ସିଂଙ୍କ ଦ୍ୱାରା ୯ ଶହରୁ ୧୦ଶହ ଶତାବ୍ଦୀ ମଧ୍ୟରେ ନିର୍ମାଣ କରାଯାଇଥିତ୍ବାର