ଶ୍ରେଷ୍ଠ ପାଞ୍ଚ: ସମ୍ବଲପୁର ଜିଲାର ପର୍ଯ୍ୟଟନସ୍ଥଳୀ

ମା’ ସମଲେଶ୍ୱରୀ

ମା’ ସମଲେଶ୍ୱରୀ

ସମ୍ବଲପୁର ଜିଲା ମହାନଦୀ କୂଳରେ ରହିଛି ମା’ ସମଲେଶ୍ୱରୀଙ୍କ ମନ୍ଦିର। ମା’ଙ୍କୁ ଆଦିଶକ୍ତି, ଜଗତ ଜନନୀ, ମହାଲକ୍ଷ୍ମୀ, ମହାସରସ୍ବତୀ ଆଦି ରୂପରେ ପୂଜା କରାଯାଇଥାଏ। କଳା ମୁଗୁନି ପଥରରେ ମା’ଙ୍କର ମୁଖମଣ୍ଡଳରେ ସିନ୍ଦୂର ବୋଳାଯାଇ ସୁନାର ନୟନ ଲାଗି କରାଯାଇଥାଏ। ମନ୍ଦିରରେ ୧୨ଟି ପଥର ସ୍ତମ୍ଭ ରହିଛି। ମନ୍ଦିର ଗାତ୍ରରେ ୧୧ ପାର୍ଶ୍ୱଦେବୀ ରହିଛନ୍ତି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମା’ଙ୍କର ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ।

ମା’ ଘଣ୍ଟେଶ୍ୱରୀ

ମା’ ଘଣ୍ଟେଶ୍ୱରୀ

ସମ୍ବଲପୁର ଜିଲା ମହାନଦୀ କୂଳରେ ରହିଛି ମା’ ଘଣ୍ଟେଶ୍ୱରୀଙ୍କ ମନ୍ଦିର। ସମ୍ବଲପୁର ସହରଠାରୁ ଏହା ଦୂରତା ପ୍ରାୟ ୩୩ କିଲୋମିଟର। ଏଠାରେ ଶ୍ରଦ୍ଧାଳୁ ମାନସିକ ପୂରଣ ପରେ ମା’ଙ୍କ ପୀଠରେ ପିତ୍ତଳ ଘଣ୍ଟ ବାନ୍ଧିଥାନ୍ତି। ଅନ୍ଧାରରେ ମଧ୍ୟ ମନ୍ଦିର ଆଖପାଖ ଅଞ୍ଚଳ ଆଲୋକିତ ରହିଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମା’ଙ୍କର ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ।

ହୁମା ମନ୍ଦିର

ହୁମା ମନ୍ଦିର

ସମ୍ବଲପୁର ଜିଲା ମହାନଦୀ କୂଳରେ ରହିଛି ହୁମା ମନ୍ଦିର। ମନ୍ଦିରରେ ଭୋଳାନାଥ ଶଙ୍କରଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିର ୧୬୭୦ ମସିହାରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ଚୌହ୍ବାନ ବଂଶର ରାଜା ବଳିୟାର ସିଂ ଏହାର ନିର୍ମାଣ କରିଥିଲେ। ମନ୍ଦିର ଗୋଟିଏ ପାର୍ଶ୍ୱକୁ ଢ଼ଳି ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଉଷାକୋଠି

ଉଷାକୋଠି

ସମ୍ବଲପୁର ଜିଲା ଉତ୍ତର ପୂର୍ବ ୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ଉଷାକୋଠି ଅଭୟାରଣ୍ୟ। ଏଠାରେ ହାତୀ, ବାଘ, ସମ୍ବର, ଚିତାବାଘ, ହରିଣ, ଚିତଳ ହରିଣ, ଭାଲୁ ଆଦି ବନ୍ୟପ୍ରାଣୀ ଅଛନ୍ତି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ହୀରାକୁଦ

ହୀରାକୁଦ

ସମ୍ବଲପୁର ଜିଲାରେ ରହିଛି ହୀରାକୁଦ ଜଳଭଣ୍ଡାର। ମହାନଦୀ ଉପରେ ଏହା ନିର୍ମିତ ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ୧୯୪୮ରୁ ଆରମ୍ଭ ହୋଇ ୧୯୫୭ରେ ଶେଷ ହୋଇଥିଲା। ମୁଖ୍ୟ ବନ୍ଧର ଲମ୍ବ ୪.୮ କିଲୋମିଟର ଥିବାବେଳେ ସମ୍ପୂର୍ଣ୍ଣ ବନ୍ଧର ଲମ୍ବ ୨୫.୮ କିଲୋମିଟର ରହିଛି। ଏହାର ଉଚ୍ଚତା ୨୦୦ଫୁଟ। ଏଥିରେ ୬୪ଟି ସ୍ଲୁଇସ୍‌ ଗେଟ୍‌ ରହିଛି। ଏହାର ଜଳଧାରଣ କ୍ଷମତା ୫,୮୯୬,୦୦୦,୦୦୦ ଘନ ମିଟର ରହିଛି।