ଶ୍ରେଷ୍ଠ ପାଞ୍ଚ: ରାୟଗଡ଼ା ଜିଲାର ପର୍ଯ୍ୟଟନସ୍ଥଳୀ

ଲକ୍ଷ୍ମୀନାରାୟଣ ମନ୍ଦିର

ଲକ୍ଷ୍ମୀନାରାୟଣ ମନ୍ଦିର

ରାୟଗଡ଼ା ଜିଲାରେ ରହିଛି ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ ମନ୍ଦିର। ମନ୍ଦିରରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା, ଶ୍ରୀଜଗନ୍ନାଥ, ଭୋଳାନାଥ ଓ ହନୁମାନଙ୍କ ମୂର୍ତ୍ତି ରହିଛି। ଗୁରୁବାର ମନ୍ଦିରରେ ପୂଜାର୍ଚ୍ଚନା କଲେ ଅବିବାହିତ ଝିଅ ପୁଅଙ୍କର ବିବାହ ଶୀଘ୍ର ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି।

ମା’ ମଝିଘରିଆଣୀ

ମା’ ମଝିଘରିଆଣୀ

ରାୟଗଡ଼ା ଜିଲାରେ ରହିଛି ମା’ ମଝିଘରିଆଣୀଙ୍କ ପ୍ରସିଦ୍ଧ ମନ୍ଦିର। ୪ର୍ଥ ଶତାବ୍ଦୀଠାରୁ ଏଠାରେ ମା’ଙ୍କୁ ଦୁର୍ଗାଙ୍କ ପ୍ରତିରୂପ ଭାବେ ପୂଜା କରାଯାଉଥିବାର ଅନୁମାନ କରାଯାଏ। ସମୁଦ୍ର ଗୁପ୍ତ ଏହି ଅଞ୍ଚଳ ଆକ୍ରମଣ କରିଥିବା ସମୟରେ ମା’ ପୂଜାର୍ଚ୍ଚନା ହେଉଥିବା ଆକଳନ କରାଯାଏ। ସ୍ଥାନୀୟ ରାଜା ମା’ଙ୍କ କୃପାରୁ ଶତ୍ରୁ କବଳରୁ ଏହି ଅଞ୍ଚଳକୁ ଜୟ କରିବାପରେ ୧୪ ଶତାବ୍ଦୀରେ ସ୍ଥାନୀୟ ଅଞ୍ଚଳର ଠିକ୍‌ ମଧ୍ୟସ୍ଥଳରେ ମନ୍ଦିର ନିର୍ମାଣ କରାଯାଇଥିଲା।

ପାତାଳେଶ୍ୱର

ପାତାଳେଶ୍ୱର

ରାୟଗଡ଼ା ଜିଲାରେ ରହିଛି ପାତାଳେଶ୍ୱରଙ୍କ ପ୍ରସିଦ୍ଧ ମନ୍ଦିର। ଥେରୁବାଲିଠାରେ ଥିବା ଏହି ପ୍ରାଚୀନ ମନ୍ଦିର ୯ମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ମନ୍ଦିରରେ ଏକ କୋଟିରୁ ଗୋଟିଏ କମ୍‌ ସଂଖ୍ୟକ ଶିବଲିଙ୍ଗ ରହିଛି। ଏଠାରେ ବ୍ରାହ୍ମୀ ଲିପିରେ ଶିଳାଲେଖ ରହିଛି। ଜାଗରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ହ୍ୟାଙ୍ଗିଙ୍ଗ୍‌ ବ୍ରିଜ୍‌

ହ୍ୟାଙ୍ଗିଙ୍ଗ୍‌ ବ୍ରିଜ୍‌

ରାୟଗଡ଼ା ଜିଲାରେ ନାଗାବଳୀ ନଦୀ ଉପରେ ରହିଛି ପ୍ରସିଦ୍ଧ ହ୍ୟାଙ୍ଗିଙ୍ଗ୍‌ ବ୍ରିଜ୍‌। ବ୍ରିଜ୍‌ର ଲମ୍ବ ୧୫୧ ମିଟର। ଏହା ସ୍ଥାନୀୟ ଲୋକଙ୍କ ଯାତାୟାତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ଆଖପାଖରେ ଅନେକ ଗୁଡିଏ ଆଦିବାସୀ ଗାଁ ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ହାତୀପଥର

ହାତୀପଥର

ରାୟଗଡ଼ା ଜିଲାରେ ରହିଛି ହାତୀପଥର ପର୍ଯ୍ୟଟନ ସ୍ଥଳୀ। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୩ କିଲୋମିଟର ଦୂରରେ ସୁନ୍ଦର ପ୍ରାକୃତିକ ସ୍ଥାନ ରହିଛି। ଏଠାରେ ହାତୀ ଭଳି ଦୁଇଟି ପଥର ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।

Model This Week

ପ୍ରଭାତ