ଶ୍ରେଷ୍ଠ ପାଞ୍ଚ: ନୂଆପଡ଼ା ଜିଲାର ପର୍ଯ୍ୟଟନସ୍ଥଳୀ

ଯୋଗେଶ୍ୱର ମନ୍ଦିର

ଯୋଗେଶ୍ୱର ମନ୍ଦିର

ନୂଆପଡ଼ା ଜିଲା ଝୋଙ୍କ ନଦୀକୂଳରେ ରହିଛି ଯୋଗେଶ୍ୱର ମନ୍ଦିର। ଏହା ଜିଲା ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂର। ଏଠାରେ ଏକ ଡ୍ୟାମ୍‌ ରହିଛି। ଡ୍ୟାମ୍‌ରେ ନୌ ବିହାର ସୁବିଧା ଅଛି। ଏହା ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ପାନ୍ଥ ନିବାସ ରହିଛି। ଜାଗରରେ ଯୋଗେଶ୍ୱର ମହାଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ପାତାଳେଶ୍ୱର ମନ୍ଦିର

ପାତାଳେଶ୍ୱର ମନ୍ଦିର

ନୂଆପଡ଼ା ଜିଲା ବୁଢ଼ିକୋମନାଠାରେ ରହିଛି ପ୍ରଭୁ ପାତାଳେଶ୍ୱରଙ୍କ ପ୍ରସିଦ୍ଧ ମନ୍ଦିର। ଏହା ପଞ୍ଚରଥ ଶୈଳୀରେ ନିର୍ମିତ। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ପାତାଳେଶ୍ୱରଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ଜାଗରରେ ପ୍ରଭୁଙ୍କ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

 ଦେବଗିରି

ଦେବଗିରି

ନୂଆପଡ଼ାର ଦେବଗିରି ପାହାଡ଼ର ଅପୂର୍ବ ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାର ଉଚ୍ଚତା ୧୨୦.୨ ମିଟର। ଏହାର ଶୀର୍ଷ ଏକ ଆୟତାକାର କ୍ଷେତ୍ର ସଦୃଶ ପରିଲକ୍ଷିତ ହୋଇଥାଏ। ପାହାଡ଼ରେ ୪୭୬ ପାହାଚ ରହିଛି। ପାହାଡ଼ ଉପରେ ଗୁମ୍ଫାରେ ଶିବଲିଙ୍ଗ ପୂଜା ପାଉଛନ୍ତି। ଜାଗରରେ ଏଠାରେ ମେଳା ହୋଇଥାଏ।

ରାଜୀବ ଉଦ୍ୟାନ

ରାଜୀବ ଉଦ୍ୟାନ

ନୂଆପଡ଼ା ଜିଲାରେ ଥିବା ରାଜୀବ ଉଦ୍ୟାନ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ। ଏଠାରେ ବିଭିନ୍ନ ପ୍ରକାର ଫୁଲଗଛ ରହିଛି। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।

ପାତାଳଗଙ୍ଗା

ପାତାଳଗଙ୍ଗା

ନୂଆପଡ଼ା ଜିଲାରେ ରହିଛି ପବିତ୍ର ପାତାଳଗଙ୍ଗା। ରାମାୟଣରେ ଏହା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସୀତା ତୃଷାର୍ତ୍ତ ହେବାରୁ ଲକ୍ଷ୍ମଣ ଧନୁତୀରରେ ମାଟିକୁ ଭେଦ କରି ଏହାକୁ ସୃଷ୍ଟି କରିଥିଲେ। ଏଠାରୁ ପାଣି ନେଇ ସୀତାଙ୍କୁ ଦେଇଥିବା ରାମାୟଣରେ ସୂଚିତ କରାଯାଇଛି। ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଏଠାରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।