ଶ୍ରେଷ୍ଠ ପାଞ୍ଚ: ନୟାଗଡ଼ ଜିଲାର ପର୍ଯ୍ୟଟନସ୍ଥଳୀ

ନୀଳମାଧବ

ନୀଳମାଧବ

ନୟାଗଡ଼ ଜିଲା କଣ୍ଟିଲୋରେ ରହିଛି ପ୍ରଭୁ ନୀଳମାଧବଙ୍କ ମନ୍ଦିର। ନୀଳମାଧବଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। ମହାନଦୀ କୂଳରେ ଥିବା ବ୍ରହ୍ମାଦ୍ରି ପାହାଡ଼ରେ ଶ୍ରୀଜଗନ୍ନାଥଙ୍କର ଏହି ପ୍ରସିଦ୍ଧ ମନ୍ଦିର ରହିଛି। ଏଠାରେ ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରୁଥିବାର ପୁରାଣରେ ବର୍ଣ୍ଣନା କରାଯାଇଛି।

ଲଡ଼ୁବାବା

ଲଡ଼ୁବାବା

ନୟାଗଡ଼ ଜିଲାରେ ରହିଛି ଲଡ଼ୁବାବାଙ୍କର ପ୍ରସିଦ୍ଧ ମନ୍ଦିର। ଏଠାରେ ଲଡୁକେଶ୍ୱରଙ୍କୁ ପୂଜା କରାଯାଇଥାଏ। ସେ ହରି ଓ ହରଙ୍କର ମିଶ୍ରିତ ଅଂଶ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ନୟାଗଡ଼ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଥିବା ଲଡ଼ୁବାବା ମନ୍ଦିର ୧୫ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସମ୍ପନ୍ନ ହେଉଥିବା ଠାକୁରଙ୍କ ନୀତି ସହିତ ଏହି ମନ୍ଦିରର ନୀତିରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଦକ୍ଷିଣକାଳୀ

ଦକ୍ଷିଣକାଳୀ

ନୟାଗଡ଼ ଜିଲାରେ ରହିଛି ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ଶକ୍ତିପୀଠ। ଏହି ପ୍ରାଚୀନ ମନ୍ଦିରରେ ଦୁର୍ଗାପୂଜା ଓ କାଳୀପୂଜାରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ।

ଦଧିବାମନ

ଦଧିବାମନ

ନୟାଗଡ଼ ଜିଲାରେ ରହିଛି ପ୍ରସିଦ୍ଧ ଦଧିବାମନ ମନ୍ଦିର। ଏହି ପ୍ରାଚୀନ ମନ୍ଦିର ୧୭୮୮ରୁ ୧୮୦୮ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ବିଭିନ୍ନ ପର୍ବପର୍ବାଣିରେ ଦଧିବାମନଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ମଣିନାଗ

ମଣିନାଗ

ନୟାଗଡ଼ ଜିଲା ରଣପୁରରେ ରହିଛି ପ୍ରସିଦ୍ଧ ମଣିନାଗ ମନ୍ଦିର। ନୟାଗଡ଼ ସହରଠାରୁ ପ୍ରାୟ ୨୮ କିଲୋମିଟର ଦୂରରେ ମୈନାକ ପାହାଡ଼ରେ ରହିଛି ଏହି ପ୍ରସିଦ୍ଧ ଶକ୍ତି ପୀଠ। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ। ଏହାଠାରୁ ଅଳ୍ପ ଦୂରରେ ରହିଛି ଅସୁରକୁମାରୀ ମନ୍ଦିର।

Model This Week

ପ୍ରଭାତ