ଶ୍ରେଷ୍ଠ ପାଞ୍ଚ: ନବରଙ୍ଗପୁର ଜିଲାର ପର୍ଯ୍ୟଟନସ୍ଥଳୀ

ମା’ଭଣ୍ଡାରଘରଣୀ ମନ୍ଦିର

ମା’ଭଣ୍ଡାରଘରଣୀ ମନ୍ଦିର

ନବରଙ୍ଗପୁର ଜିଲାରେ ରହିଛି ମା’ ଭଣ୍ଡାରଘରଣୀଙ୍କ ପ୍ରସିଦ୍ଧ ମନ୍ଦିର। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ମା’ ଭକ୍ତଙ୍କ ଧନସମ୍ପତ୍ତି ଓ ଜୀବନକୁ ସୁରକ୍ଷିତ ରଖିଥାନ୍ତି। ଏପ୍ରିଲ୍‌ ମାସରେ ମା’ଙ୍କର ପ୍ରସିଦ୍ଧ ଘଟଯାତ୍ରା ଉତ୍ସବ ପାଳିତ ହୋଇଥାଏ। ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତିରେ ମା’ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ବାସନ୍ତିକ ଦଶହରା, ଦୁର୍ଗାପୂଜା ଓ କାଳୀପୂଜାରେ ମା’ ପୀଠରେ ଜନସମାଗମ ହୋଇଥାଏ।

ଚନ୍ଦନଧାରା ଜଳପ୍ରପାତ

ଚନ୍ଦନଧାରା ଜଳପ୍ରପାତ

ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ୍‌ରେ ରହିଛି ଚନ୍ଦନଧାରା ଜଳପ୍ରପାତ। ନବରଙ୍ଗପୁର ସହରଠାରୁ ଏହା ପ୍ରାୟ ୯୦ କିଲୋମିଟର ଦୂରରେ ଅଛି। ଏଠାରେ ଏକ ଶୈବପୀଠ ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

ଶହୀଦ ସ୍ମୃତି ସ୍ତମ୍ଭ

ଶହୀଦ ସ୍ମୃତି ସ୍ତମ୍ଭ

ନବରଙ୍ଗପୁର ଜିଲାରେ ଅଛି ଶହୀଦ ସ୍ମୃତି ସ୍ତମ୍ଭ। ପାପଡାହାଣ୍ଡି ନିକଟସ୍ଥ ତୁନୀ ନଦୀ କୂଳରେ ଏହାକୁ ନିର୍ମାଣ କରାଯାଇଛି। ୧୯୪୨ ଅଗଷ୍ଟ ୨୪ରେ ସ୍ବାଧୀନତା ସଂଗ୍ରାମୀ ମାଧବ ପ୍ରଧାନଙ୍କ ନେତୃତ୍ୱରେ ୧୯ଜଣ ସଂଗ୍ରାମୀ ଡାବୁଗାଁ ଅଭିମୁଖେ ଯାତ୍ରା କରୁଥିବାବେଳେ ବ୍ରିଟିଶ୍‌ ପୋଲିସଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏହି ଐତିହାସିକ ସ୍ତମ୍ଭ ନବରଙ୍ଗପୁରଠାରୁ ୧୨ କିଲୋମିଟର ଦୂରରେ ରହିଛି।

ହିର୍ଲି ଡଙ୍ଗର

ହିର୍ଲି ଡଙ୍ଗର

ନବରଙ୍ଗପୁର ଜିଲା ଗାନ୍ଧୀନଗରଠାରେ ରହିଛି ହିର୍ଲି ଡଙ୍ଗର। ଏଠାରେ ତିରୁପତିଙ୍କ ମନ୍ଦିର ରହିଛି। ଏହା ନିକଟରେ କୁସୁମଝର ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ହରିଣ ପାର୍କ

ହରିଣ ପାର୍କ

ନବରଙ୍ଗପୁର ଜିଲାରେ ରହିଛି ହରିଣ ପାର୍କ। ଏହା ନବରଙ୍ଗପୁର ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି। ନବରଙ୍ଗପୁରରୁ ପାପଡାହାଣ୍ଡି ରାସ୍ତାପାର୍ଶ୍ୱରେ ଏହି ପାର୍କ ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।