ଶ୍ରେଷ୍ଠ ପାଞ୍ଚ: ମୟୂରଭଞ୍ଜ ଜିଲାର ପର୍ଯ୍ୟଟନସ୍ଥଳୀ

ଝିଙ୍କେଶ୍ୱର ମନ୍ଦିର

ଝିଙ୍କେଶ୍ୱର ମନ୍ଦିର

ମୟୂରଭଞ୍ଜ ଉଦଳା ଝିଙ୍କପଡ଼ାରେ ରହିଛି ଝିଙ୍କେଶ୍ୱର ମହାଦେବଙ୍କ ମନ୍ଦିର। ଏଠାରେ ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ଜାଗର ଏଠାରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ।

ଲୁଲୁଙ୍ଗ୍‌

ଲୁଲୁଙ୍ଗ୍‌

ମୟୂରଭଞ୍ଜରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ପ୍ରବେଶ କରିବା ପାଇଁ ଲୁଲୁଙ୍ଗ୍‌ ଏକ ପ୍ରବେଶ ପଥ। ସମୁଦ୍ର ପତ୍ତନଠାରୁ ୩ ଶହ ମିଟର ଉଚ୍ଚରେ ଥିବା ଏହି ସୁନ୍ଦରସ୍ଥାନରେ ପର୍ଯ୍ୟଟନ ଋତୁରେ ଗହଳି ଲାଗି ରହିଥାଏ। ପଳପଲା ନଦୀ କୂଳରେ ଏହା ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ।

ଦେବକୁଣ୍ଡ ଜଳପ୍ରପାତ

ଦେବକୁଣ୍ଡ ଜଳପ୍ରପାତ

ମୟୂରଭଞ୍ଜରେ ରହିଛି ଦେବକୁଣ୍ଡ ଜଳପ୍ରପାତ। ଏଠାରେ ଏକ ଶହ ପାହାଚ ରହିଛି। ଏଠାରେ ଅମ୍ବିକା ଭାତାଙ୍କ ମନ୍ଦିର ରହିଛି। ଏହି ମନ୍ଦିର ୧୯୪୦ରେ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଦୁର୍ଗାପୂଜା ଓ କାଳୀପୂଜାରେ ମନ୍ଦିରରେ ସ୍ବତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଥାଏ।

କୀଚକେଶ୍ୱରୀ ମନ୍ଦିର

କୀଚକେଶ୍ୱରୀ ମନ୍ଦିର

ମୟୂରଭଞ୍ଜ ଖିଚିଂରେ ରହିଛି କୀଚକେଶ୍ୱରୀ ମନ୍ଦିର। ଏହା କ୍ଲୋରାଇଟ୍‌ ପଥରରେ ନିର୍ମିତ। ମୟୂରଭଞ୍ଜ ରାଜା ଏହି ମନ୍ଦିର ନିର୍ମାଣ କରିଥିଲେ। ଦୁର୍ଗାପୂଜା ଓ କାଳୀପୂଜାରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମନ୍ଦିର ନିକଟରେ ଏକ ସଂଗ୍ରହାଳୟ ରହିଛି।

ଜୋରନ୍ଦା ଜଳପ୍ରପାତ

ଜୋରନ୍ଦା ଜଳପ୍ରପାତ

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ରହିଛି ଜୋରନ୍ଦା ଜଳପ୍ରପାତ। ଏହା ନିକଟରେ ବରେହିପାଣି ଜଳପ୍ରପାତ ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।